Home Top News ଶିକାରୀ ଜାଲରେ ପଡି କଲରା ପତରିଆ ବାଘର ମୃତ୍ୟୁ : ମୃତଦେହ ଉଦ୍ଧାର କଲା ବନବିଭାଗ

ଶିକାରୀ ଜାଲରେ ପଡି କଲରା ପତରିଆ ବାଘର ମୃତ୍ୟୁ : ମୃତଦେହ ଉଦ୍ଧାର କଲା ବନବିଭାଗ

160

କଟକ, ୪/୧(ଓଡ଼ିଆ ପୁଅ/ ଅଭୟ ଜେନା ) ଜଙ୍ଗଲ ରେ ବାରହା ଶିକାର ପାଇଁ ଶିକାରୀ ଜାଲ ବିଛାଇଥିଲା। ମାତ୍ର ସେଥିରେ ପଡି ଗଲା କଲରାପତରିଆ ବାଘ। ବହୁ ସଂଘର୍ଷ ସତ୍ତ୍ୱେ ଫାଶରୁ ବାହାରି ନ ପାରି ଶେଷରେ କଲରାପତରିଆ ବାଘଟିର ଶୋଚନୀୟ ମୃତ୍ୟୁ ହେଲା। ଘଟଣାଟି ଘଟିଛି କଟକ ଜିଲ୍ଲା ତିଗିରିଆ ବନାଞ୍ଚଳର ଭିରୁଡ଼ା ଜଙ୍ଗଲରେ। ସୂଚନା ଅନୁଯାୟୀ, ଗତକାଲି ରାତିରେ ଭିରୁଡ଼ା ଜଙ୍ଗଲରେ କୌଣସି ଶିକାରୀ ବାରହା ଓ ହରିଣଙ୍କ ଶିକାର କରିବା ପାଇଁ ଫାଶ ପକାଇଥିଲେ। ମାତ୍ର ସେଇବାଟ ଦେଇ କଲରପତରିଆ ବାଘଟି ଯାଉଥିବା ବେଳେ ଉକ୍ତ ଫାଶରେ ପଡ଼ି ଯାଇଥିଲା। ବହୁ ଚେଷ୍ଟା ପରେ ବି ବାଘଟି ସେଥିରୁ ମୁକୁଳି ନ ପାରି ଶେଷରେ ଜୀବନ ହାରିଛି। ରେଞ୍ଜରଙ୍କ ସମେତ ଅନ୍ୟ ବନ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆଠଗଡ଼ ନିକଟରେ ନରସିଂହପୁର, ହିନ୍ଦୋଳ, ଦଶପଲ୍ଲା ଓ ସପ୍ତଶଯ୍ୟା ଜଙ୍ଗଲ ରହିଥିବାରୁ ବାଘଟି ସେଥିମଧ୍ୟରୁ କୌଣସି ଜଙ୍ଗଲରୁ ଆସି ଥାଇପାରେବୋଲି ଅନୁମାନ କରାଯାଉଛି। ୨ ବର୍ଷ ତଳେ ସେହି ଜାଗାରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ବେଳେ ବନ ବିଭାଗ ପକ୍ଷରୁ ତାହାକୁ ଲୁଚା ଯାଇ ବାଘଟିକୁ ପୋଡ଼ି ଦିଆଯାଇଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ବନ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଏପରି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହୋଇଛି। ବନ କର୍ମଚାରୀ ପାଟ୍ରୋଲିଂକୁ କଡ଼ାକଡ଼ି କରୁ ନ ଥିବାରୁ ବନ୍ୟଜନ୍ତୁ ଶିକାରୀଙ୍କ ଫାଶରେ ପଡ଼ୁଥିବା ଅଭିଯୋଗ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.