Home ଓଡ଼ିଶା ଶାସକ ଦଳରୁ ମାଳ ମାଳ ସରପଞ୍ଚ ପ୍ରାର୍ଥୀ, ଚିନ୍ତାରେ ଭୋଟର

ଶାସକ ଦଳରୁ ମାଳ ମାଳ ସରପଞ୍ଚ ପ୍ରାର୍ଥୀ, ଚିନ୍ତାରେ ଭୋଟର

121

ହାଟଡ଼ିହି, ୩୧/୧ : (ଓଡିଆ ପୁଅ/ବିକାଶ ବିଶ୍ୱାଳ) ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ପ୍ରଚାର। ଶାସକ ଦଳରୁ ମାଳ ମାଳ ପ୍ରାର୍ଥୀ ହୋଇଥିବାରୁ ଚିନ୍ତାରେ ପଡି ଯାଇଛନ୍ତି ଭୋଟର। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ୩୧ଟି ପଞ୍ଚାୟତରେ ଏବେ ଠାରୁ ପ୍ରାର୍ଥୀମାନେ ଘର ଘର ବୁଲି ପ୍ରଚାର କରୁଛନ୍ତି। ୩୧ଟି ପଞ୍ଚାୟତରେ ୧୨୩ ଜଣ ସରପଞ୍ଚ ପ୍ରାର୍ଥୀ ହୋଇଥିବାବେଳେ ସମିତିସଭ୍ୟ ପାଇଁ ୧୪୧ଜଣ ପ୍ରାର୍ଥୀ ନିର୍ବାଚନରେ ଅବତିର୍ଣ୍ଣ ହୋଇଛନ୍ତି। ସେଥି ମଧ୍ୟରୁ କେବଳ ଗୋଟିଏ ଦୁଇଟି ପଞ୍ଚାୟତରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବାବେଳେ ଆଉ କିଛି ପଞ୍ଚାୟତରେ ତ୍ରିମୂଖି ପ୍ରତିଦ୍ୱନ୍ଦିତା ହେଉଛି। କିନ୍ତୁ ଅଧିକାଶଂ ପଞ୍ଚାୟତରେ ୪ରୁ ୫ ଓ କିଛି ପଞ୍ଚାୟତରେ ୬/୭ଜଣ ଲେଖାଏଁ ପ୍ର୍ରତିଦ୍ୱନ୍ଦିତା କରୁଛନ୍ତି। କିଏ କହୁଛି ମୁଁ ଶାସକ ବିଜେଡି ଦଳର ତ ଆଉ କିଏ କହୁଛି ମୋ ଉପରେ ବିଧାୟକଙ୍କ ଆଶିର୍ବାଦ ଅଛି। ଗୋଟିଏ ଗୋଟିଏ ପଞ୍ଚାୟତରେ ୩ /୪ଜଣ ଲେଖାଏଁ ଶାସକ ବିଜେଡି ଦଳର ଉତ୍ତରୀୟ ପକାଇ ବୁଲୁଥିବା ଦେଖିବାକୁ ମିଳିଛି। ଏପରିକି ଏକାଧିକ ପ୍ରାର୍ଥୀ ନିଜ ନିଜ ବ୍ୟାନରରେ ବିଜୁବାବୁ, ନବୀନ ବାବୁ ଓ ସ୍ଥାନୀୟ ବିଧାୟକଙ୍କ ଫଟୋ ଲଗାଇ ଥିବାରୁ ଭୋଟର ମାନେ କିଏ ଶାସକ ଦଳର ପ୍ରାର୍ଥୀ ତାହା ଜାଣିପାରୁ ନାହାନ୍ତି। ଯାହାକୁ ନେଇ ଭୋଟର ମାନେ ଚିନ୍ତାରେ ପଡିଛନ୍ତି। ଏହି ବ୍ଲକର ପଞ୍ଚୁଗୋଛିଆ, ଅକରୁଆ, ବଞ୍ଚୋ, ବଡରମ୍ପାସ, ହାଟଡିହି, ଆମ୍ବୋ, ପନ୍ଦାଡୋ, ମରୈଗାଁ, ସୋସୋ, ସୁଲଣ, ଓରାଳି, ଜମ୍ଭୀରା ଆଦି ପଞ୍ଚାୟତରେ ଦେଖିବାକୁ ମିଳିଛି। ଅକରୁଆ ପଞ୍ଚାୟତରେ ତିନିଜଣ ପ୍ରାର୍ଥୀ ଶାସକ ଦଳର କହିବୁଲୁଥିବାବେଳେ ପନ୍ଦାଡୋ ପଞ୍ଚାୟତରେ ଦୁଇଜଣ ଶାସକ ଦଳର ବୋଲି କହୁଛନ୍ତି। ଯଦିଓ ସରପଞ୍ଚ, ସମିତିସଭ୍ୟ ପଦବୀ ନିର୍ବାଚନ ଦଳୀୟ ଚିହ୍ନରେ ଲଢ଼ାଯାଉ ନାହିଁ ତଥାପି ବିଭିନ୍ନ ଦଳର ସମର୍ôଥତ ପ୍ରାର୍ଥୀମାନେ ମଇଦାନକୁ ଓହ୍ଲାଇଛନ୍ତି। ଅଧିକାଶଂ ପ୍ରାର୍ଥୀ କହୁଛନ୍ତି ଯେ ଆମେ ଶାସକ ଦଳର ତେଣୁ ଆମକୁ ଭୋଟ ଦିଅ ବୋଲି ଘରଘର ବୁଲି ପ୍ରଚାର କରୁଛନ୍ତି। ଏପରିକି ଏହିସବୁ ପ୍ରାର୍ଥୀଙ୍କର ପୁସିଙ୍ଗ କାର୍ଡ ଗୁଡିକ ମଧ୍ୟ ଗୋଟିଏ ସମାନ ରଙ୍ଗର ହୋଇଛି। ଏହି ସମୟରେ ଜିଲ୍ଲାପରିଷଦ ପ୍ରାର୍ଥୀ ମାନଙ୍କ ସହିତ ବୁଲିବାକୁ ନେଇ ମଧ୍ୟ ଦ୍ୱନ୍ଦ ଉପୁଜୁଛି। ଜିଲ୍ଲାପରିଷଦ ପ୍ରାର୍ଥୀ ବୁଲିବାକୁ ଯିବାବେଳେ ତାଙ୍କ ସଂଙ୍ଗରେ ଏକାଧିକ ସରପଞ୍ଚ ପ୍ରାର୍ଥୀ ବୁଲୁଥିବାରୁ ଏହାକୁ ନେଇ ବିବାଦ ଦେଖା ଦେଉଛି। ଯାହାକି ଭୋଟର ମାନେ କାହାକୁ ଶାସକଦଳର ବୋଲି ଜାଣିବେ ତାକୁ ନେଇ ଦ୍ୱନ୍ଦରେ ପଡିଯାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.