Home କେନ୍ଦୁଝର ଶାଳବଣୀ ରାଧାଗୋବିନ୍ଦ ମନ୍ଦିରରୁ ଗହଣା ଚୋରୀ

ଶାଳବଣୀ ରାଧାଗୋବିନ୍ଦ ମନ୍ଦିରରୁ ଗହଣା ଚୋରୀ

83

ହାଟଡ଼ିହି, ୩୦ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଶାଳବଣୀ ଜମ୍ଭରା ସ୍ଥିତ ରାଧାଗୋବିନ୍ଦ ମନ୍ଦିରରୁ ଗତକାଲି ରାତିରେ କେହି ଦୁର୍ବୁତ ମନ୍ଦିରରେ ପସି ଅନେକ ସୁନାରୁପା ଅଳଙ୍କାର ସହ ହୁଣ୍ଡି ଭାଙ୍ଗି ଟଙ୍କା ପଇସା ଚୋରୀ କରିାନେଇଥିବା ଗ୍ରାମର ସୁଦର୍ଶନ ମଲ୍ଲିକ, ପ୍ରେମାନନ୍ଦ ଜେନା, ଧରଣୀଧର ଜେନା, ସୁକାନ୍ତ ଜେନା ପ୍ରମୁଖ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଦୁର୍ବୁତମାନେ ଗେଟ ଗ୍ରୀଲକୁ ଭାଙ୍ଗି ମନ୍ଦିର ଭିତରେ ପସି ସୁନା ଓ ରୁପାର ମୁକୁଟ ୪ଟି, ସୁନାର ହାର ଗୋଟେ, ଠାକୁରଙ୍କ ରୁପାବଂଶୀ ଗୋଟେ, ଘଣ୍ଟ, ଘଣ୍ଟା ସମେତ ଅନେକ ସାମଗ୍ରୀ ଲୁଟ କରିନେଇଛନ୍ତି । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମାତ୍ର ଏହି ଅଞ୍ଚଳରେ ଏପରି ଘଟଣାମାନ ବାରମ୍ବାର ଘଟି ଚାଲିଥିଲେବି ପୁଲିସ ଆଜି ପର୍ଯ୍ୟନ୍ତ ଲୁଟେରା ମାନଙ୍କ ସମ୍ପର୍କରେ ସାମନ୍ୟତମ ସୁରାକ ପାଇପାରୁ ନାହିଁ । ଫଳରେ ଲୁଟେରାମାନେ ଗୋଟିଏ ପରେ ଗୋଟିଏ ମନ୍ଦିରରୁ ଲୁଟ କରିବାରେ ସଫଳ ହୋଇ ଚାଲିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.