Home କେନ୍ଦୁଝର ଶାଳଣିଆଁର ପ୍ରଥମ ସରପଞ୍ଚ ଭଗବାନ ଘଡେଇଙ୍କ ପରଲୋକ

ଶାଳଣିଆଁର ପ୍ରଥମ ସରପଞ୍ଚ ଭଗବାନ ଘଡେଇଙ୍କ ପରଲୋକ

46

ହାଟଡିହି-୩୦/୭: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବିଷ୍ଣୁପୁର ଗ୍ରାମର ଜଣେ ବରିଷ୍ଠ ରାଜନୀତିଜ୍ଞ ତଥା ଶାଳଣିଆଁ ପଞ୍ଚାୟତର ପ୍ରଥମ ସରପଞ୍ଚ ଭଗବାନ ଘଡେଇଙ୍କର ୮୯ବର୍ଷ ବୟସରେ ଆଜି ସକାଳ ୭ଟାରେ ପରଲୋକ ହୋଇଯାଇଛି । ତାଙ୍କ ପରଲୋକରେ ସମଗ୍ର ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ସେ ଗତ କିଛିଦିନ ହେଲା ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକ ଖବରପାଇ ଶାଳଣିଆଁ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବାପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଛି । ବଡପୁଅ ମଣିଚରଣ ଘଡେଇ ମୁଖାଗ୍ନି ଦେଇଥିବାବେଳେ ଅନ୍ୟତମ ପୁଅ ବିଷ୍ଣୁ ଘଡେଇ, ବାଇଧର ଘଡେଇ, ନାତି ବାପିନା ଘଡେଇଙ୍କ ସମେତ ସମସ୍ତ ପରିବାରବର୍ଗ ଓ ବହୁ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.