Home ଜିଲ୍ଲା ପରିକ୍ରମା ଶାରୀଶୁଆ ପାହାଡରେ ମାଫିଆ ରାଜ, ମାଫିଆ ଓ ମାଇନିଂ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ବେଆଇନ୍ ଜବତ ବ୍ଲାଷ୍ଟିଂ...

ଶାରୀଶୁଆ ପାହାଡରେ ମାଫିଆ ରାଜ, ମାଫିଆ ଓ ମାଇନିଂ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ବେଆଇନ୍ ଜବତ ବ୍ଲାଷ୍ଟିଂ ପଥର ଲୁଟ୍‌, ସରକାରଙ୍କ ରାଜସ୍ୱ ହାନି

13

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଅଧିନ ଖଇରା ତହସିଲ ଅନ୍ତର୍ଗତ ଶାରୀଶୁଆ ପାହାଡ଼ ଓ କୂଲଡିହା ଅଭୟାରଣ୍ୟ ଠାରୁ ହଦଗଡ଼ ଯାଏ ଥିବା ପାହାଡ଼କୁ କେନ୍ଦ୍ରସରକାର ହାତୀ ଚଲାପଥ ଭାବେ ଘୋଷଣା କରିଛନ୍ତି।ଏହି ବିଭାଗ ତହସିଲଦାର ଙ୍କ ରାଜସ୍ୱ ବିଭାଗ ଥିଲା,ଯାହା ୨୦୨୦-୨୦୨୧ ରେ ମାଇନିଂ ବିଭାଗ କୁ ଦିଆଗଲା।ଫଳରେ ମାଇନିଙ୍ଗ ବିଭାଗ ପାହାର୍ଡ ର ଶୀର୍ଷ ଯାଏ ବଡ଼ ବଡ଼ ଖଣି ନାମକରଣ କରିଥିଲେ। ଯାହାକୁ ବଡ଼ ଖଣି ମାଫିଆ ସୂବ୍ରତ କୁମାର ମିଶ୍ର ବଗେଇପୂର ରେ ଖଣି ନମ୍ବର ,୨୨, ରେ ୨୦୦ ଟ୍ରିପ ରୁ ଅଧିକ ବେଆଇନ ବ୍ଲାଷ୍ଟିଙ୍ଗ ପଥର ଗଛିତ ରଖି , ମାଇନିଂ ଅଧିକାରୀ ସନ୍ତୋଷ ଦଳେଇ ଙ୍କ ସହିତ ମଧୁ ଚନ୍ଦ୍ରିଳା ଓ ମାସିକିଆ ଅର୍ଥ କାରବାର କରି ବା ସହିତ ଜୁନିଅର ମାଇନିଂ ଅଧିକାରୀ ଖଇରା ଅଭିଷେକ ବେହେରା ଙ୍କୁ ମାସିକିଆ ଅର୍ଥ ଦେଇ ୩୦ ଏକର ରୁ ଅଧିକ ପାହାଡ଼ ମେସିନ ଦ୍ୱାରା ଓ ମାଟି ସଫା କରି ପରିବେଶ ନଷ୍ଟ କରିବା ସହିତ ଆନୁମାନିକ ଏକ ଶହ କୋଟି ଟଙ୍କାର ରାଜସ୍ୱ ହଡପ କରିଚାଲିଛନ୍ତି। ଏହି ଖଣି ସବୁ ସୁବ୍ରତଙ୍କ ଦଖଲ ରେ ଅଛି। ସେ ବଡ଼ କଳା ସାମ୍ରାଜ୍ୟ ବିସ୍ତାର କରି ବେଶ ଚତୁରତାର ସହିତ କୁପାରୀ ପଟା ଗଡ଼ିଆ ଠାରେ ଏକ ବଡ଼ ମେଗା କ୍ରଷର ରେ ୬୦% ସେୟାର ରେ ବେପାର କରୁଛନ୍ତି। ଏଣୁ ପ୍ରାକୃତିକ ଶୋଭା, ନଷ୍ଟ ହେଉଥିବା ୨୨ ର ବେଆଇନ ବ୍ଲାଷ୍ଟିଙ୍ଗ ପଥର କୁ ମାଇନିଂ ଅଧିକାରୀ କେବେ ଜବତ କରି ସୁବ୍ରତ କୁମାର ମିଶ୍ର ଙ୍କ ବିରୁଦ୍ଧରେ ଆଇନ ଗତ ପଦକ୍ଷେପ ଗ୍ରହଣ କରିବେ ତାହା ଦେଖିବାକୁ ବାକିରହିଲା । ଏବଂ ଶ୍ରୀ ମିଶ୍ର ଜଣେ ଟାଇଲିସ ଦୋକାନୀ ଥାଇ ଚତୁର ତାର ସହିତ ଯେଭଳି ସରକାରୀ ଅଧିକାରୀଙ୍କୁ ପକେଟରେ ରଖି ସରକାରୀ ରାଜସ୍ୱ ହଡପ ପୂର୍ବକ ପ୍ରାକୃତିକ ଶୋଭା ନଷ୍ଟ କରିଚାଲିଛନ୍ତି ସେ ଦୃଷ୍ଟିରୁ ବଗେଇପୂରର ସମସ୍ତଖଣି କୁ ଭିଜିଲାସନ୍ସ ଦ୍ୱାରା ତଦନ୍ତ କରାଯାଇ ସେଗୁଡିକୁ ସମ୍ପୂର୍ଣ ବନ୍ଦ ପୂର୍ବକ ପାହାଡ ରେ ଗଛ ରୋପଣ ସହ ଖଣି ର ବଡ଼ ବଡ଼ ଗାତ କୁ ପୋତା ଯିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି। ଏଣୁ ଆଗାମୀ ଦିନରେ ଡବଲ ଇଂଜିନ ସରକାର କଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.