Home ଓଡ଼ିଶା ଶାରିଶୁଆ ପାହାଡରେ ଚଢାଉ, ଲାଗୁହେଲା ୧୪୪ ଧାରା

ଶାରିଶୁଆ ପାହାଡରେ ଚଢାଉ, ଲାଗୁହେଲା ୧୪୪ ଧାରା

372

ବାଲେଶ୍ବର, ୭/୧୦ (ଓଡ଼ିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା) – ବାଲେଶ୍ବର ଜିଲ୍ଲା ଖଇରା ତହସିଲ କୁପାରୀ ଆର ଆଇ ଅଧୀନ ଶାରିଶୁଆ ପାହାଡରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲ, ବନବିଭାଗ ଓ ପ୍ରଦୂଷଣ ବିଭାଗ ପକ୍ଷରୁ ମିଳତଭାବେ ଚଢାଉ ହୋଇ ଯାଇଛି। ପ୍ରକାଶ ଥାଉକି ଶାରିଶୁଆ ପାହାଡରେ ସରକାରଙ୍କ ନିୟମ ଅନୁସାରେ ନିଲାମ ପ୍ରକ୍ରିୟା ହୋଇଥିଲେ ମଧ୍ୟ ନିଲାମଧାରୀ ମାନେ ସଠିକ କାଗଜପତ୍ର ଦେଇପାରିନଥିଲେ। କାଗଜପତ୍ର ନଦେଇ ବେଆଇନ ଭାବେ ଖଣି ଖନନ ହେଉଥିବା ନେଇ ଅଭିଯୋଗ ଦୀର୍ଘଦିନ ଧରି ଜିଲ୍ଲାପାଳଙ୍କ ନିକଟରେ ହୋଇଆସୁଥିଲା। ସେହି ଅଭିଯୋଗକୁ ଭିତ୍ତିକରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଚଢାଉ ହେବା ସହିତ ୧୪୪ଧାରା ମଧ୍ୟ ଜାରି କରାଯାଇଛି। ଏହାପୂର୍ବରୁ ତହସିଲ ତରଫରୁ ବହୁବାର ୧୪୪ଧାରା ଜାରି କରାଯାଇଥିଲେ ମଧ୍ୟ ଖଣି ମାଫିଆମାନେ ନିର୍ଭୟରେ ଖଣି ଲୁଟକରି ଥିବାର ନଜିର ଅଛି। ଏଥରର ୧୪୪ଧାରାକୁ କେତେଦୂର ଖଣି ମାଫିଆମାନେ ଗ୍ରହଣକରି ଶାରିଶୁଆ ପାହାଡକୁ ସୁରକ୍ଷା ଦେବେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.