ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ଶାରଦା ବିଦ୍ୟାମନ୍ଦିରର ଦୁଇଦିନ ବ୍ୟାପି ତ୍ରୟୋବିଂଶତମ ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଉଦଘାଟନ କରି ଓଡିଶାର ବିକାଶରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ଭୂମିକା ଗ୍ରହଣ କଲେ ଗୁରୁମା ଗୁରୁଜୀଙ୍କ ତ୍ୟାଗ ସଫଳ ହେବ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ କହିଥିଲେ ଯେ ଶାରଦା ବିଦ୍ୟାମନ୍ଦିରର ଶୈକ୍ଷିକ ଭିତିଭୂମି ତୁଳନାରେ ଏହାର ଉତମ ଶିକ୍ଷା ଦାନ ଯୋଗୁଁ ସ୍ଥାନୀୟ ଅଂଚଳରେ ବହୁ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି ହୋଇ ପାରୁଛନ୍ତି କ୍ଷ ମୁଖ୍ୟ ବକ୍ତା ରୂପେ ଶାରଦା ବିଦ୍ୟାମନ୍ଦିର ପରିଚାଳନା କମିଟିର ସଭାପତି ଚକ୍ରଧର ପ୍ରଧାନ ଯୋଗ ଦେଇ ଥିଲେ । ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ସୁମତୀ ସେଠୀ, ଜିଲ୍ଲାପରିଷଦ ସଭ୍ୟ ଲଷ୍ମୀଧର ସାହୁ, ଦକ୍ଷିଣବାଡ଼ ସରପଂଚ ବର୍ଷାରାଣୀ ଜେନା, ସମାଜସେବୀ ଗୋଲକ ଚନ୍ଦ୍ର ବେହେରା, ଶିକ୍ଷାବିତ ବିଶ୍ୱମ୍ବର ନାଥ, ଶାରଦା ବିଦ୍ୟାମନ୍ଦିର ପରିଚାଳନା କମିଟି ସଭ୍ୟ ତାରାକାନ୍ତ ରାଉତ ଓ ନିର୍ମଳ ସେନାପତି ଯୋଗ ଦେଇଥିଲେ । ସୁସ୍ମିତା ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ପବନ କୁମାର ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସୁଶାନ୍ତ ସେନାପତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଗୁରୁଜୀ ଚିତରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଗୁରୁମା ସୁସ୍ମିତା ସ୍ୱାଇଁ ଓ ଗୁରୁଜୀ ସୁଶାନ୍ତ ସେନାପତିଙ୍କୁ ମୁଖ୍ୟ ଅତିଥି ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ‘ଚମକେ ଚାନ୍ଦିନୀ ନୂପୁର ତାଳେ’ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ପରିବେଷଣ କରା ଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଗୁରୁମା ଗୁରୁଜୀମାନେ ପରିଚାଳନା କରିଥିଲେ।







