Home ଓଡ଼ିଶା ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା

ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା

254

କୋରାପୁଟ ୧୭ – ୦୬ (ଓଡିଆ ପୁଅ /ରଂଜନ କୁମାର ଦାସ) ଶାବର ଶ୍ରୀକ୍ଷେତ୍ର କୋରାପୁଟ ଜଗନ୍ନାଥ ମନ୍ଦିରରେ ମହା ଆଡମ୍ବର ସହକାରେ ଦେବ ସ୍ନାନ ପୂର୍ଣିମା ପାଳିତ ହୋଇଛି। ଆଜି ଠାରୁ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଜ୍ୱରରେ ପଡି ଅଣସର ଘରେ ରହୁଥିବାରୁ ତିନି ଠାକୁରଙ୍କ ଦର୍ଶନ ନିମନ୍ତେ ଆଜି ପ୍ରତ୍ୟୁଷରୁ ହଜାର ହଜାର ଶ୍ରଦ୍ଧାଳୁ ଶାବର ଶ୍ରୀକ୍ଷେତ୍ରରେ ପହଂଚି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହ ପୂଜାର୍ଚନା କରିଥିଲେ। ପୂର୍ବାହ୍ନ ୧୧-୩୦ରେ ପହଣ୍ଡି କରି ଶ୍ରୀସୁଦର୍ଶନ, ବଡ ଠାକୁର ବଳଭଦ୍ର, ମାଁ ସୁଭଦ୍ରା ଏବଂ ପ୍ରଭୁ ଜଗନ୍ନାଥଙ୍କୁ ରତ୍ନବେଦୀରୁ ସ୍ନାନବେଦୀକୁ ଅଣାଯାଇଥିଲା। ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚନା ପରେ ଗୁଆ, ଚନ୍ଦନ, କର୍ପୂର ପକାଇ ଅଧିବାସ କରାଯାଇଥିବା ୧୦୮ଗଡୁ ଜଳରେ ଚତୁର୍ଦ୍ଧା ବିଗ୍ରହଙ୍କ ସ୍ନାନନୀତି ସମାପନ କରାଯାଇ ତିନି ଠାକୁରଙ୍କ ହାତୀବେଶ କରାଯିବା ପରେ ଦର୍ଶନ ନିମନ୍ତେ ଭକ୍ତଙ୍କୁ ସୁଯୋଗ ଦିଆଯାଇଥିବାବେଳେ ଆଜି ରାତିରୁ ତିନି ଠାକୁର ଅଣସର ଘରକୁ ଯିବେ ବୋଲି ଜଣାପଡିଛି। ଜଗନ୍ନାଥ ପରିଚାଳନା କମିଟି ସମ୍ପାଦକ ଗଦାଧର ପରିଡା, ଉପ-ସଭାପତି ଡଃ.ପ୍ରଫୁଲ ମହାପାତ୍ର, ନିଳାଦ୍ରୀ ପଟନାୟକ . ଏଲ.ଏମ.ପଟାନୟକ, ତ୍ରୀନାଥ ପାତ୍ର, ଏସ.ପଣ୍ଡା, ବି.ଏସ.ଜେନାଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.