
ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗରରେ ଶାନ୍ତି ଶୃଙ୍ଖଳାର ଗଣେଶ ପୂଜା ପାଳନ ଲାଗି ଧାମନଗର ପୋଲିସ ପକ୍ଷରୁ ଆଜି ଏକ ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଛି। ଧାମନଗର ଥାନା ଅଧିକାରୀ ଗୋପାଳ କୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଗ୍ରାମାଂଚଳ ଓ ସହରାଂଚଳ ଅଧିନରେ ପୂଜା କରାଯାଉଥିବା ୩୦ ଗୋଟି ପୂଜା କମିଟି ର ସଭ୍ୟ ମାନଙ୍କ ସହିତ ଶାନ୍ତି ଶୃଙ୍ଖଳାରେ ପୂଜା ପାଳନ ଲାଗି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶନାମା ପାଳନ କରିବା ପାଇଁ କହିଥିଲେ। ରାସ୍ତା ଉପରେ ପୂଜା ପାଳନ ନକରିବା ଓ ଭସାଣି ଉତ୍ସବରେ ପଶ୍ଚିମ ବଙ୍ଗ ଡିଜେ ନବଜାଇବା ଲାଗି ପରାମର୍ଶ ଦେଇଥିଲେ। ଚଳିତ ବର୍ଷ ଗଣେଶ ପୂଜା ୨୭ ତାରିଖରୁ ଆରମ୍ଭ ହେଉଛି। ଏଣୁ ଭସାଣି ୩୧ ତାରିଖରୁ ଆରମ୍ଭ ହୋଇ ୭ ତାରିଖ ଭିତରେ ସାରିବା ପାଇଁ ସମସ୍ତ ପୂଜା କମିଟି କୁ ନିର୍ଦେଶ ଦେଇଥିଲେ। ଧାମନଗର ଅଂଚଳରେ ଉଭୟ ସମ୍ପ୍ରଦାୟର ଲୋକେ ରହୁଥିବାରୁ ବିଭିନ୍ନ ସମୟରେ ସାମାନ୍ୟ ଘଟଣାକୁ ନେଇ ଉତେଜନା ଦେଖାଦେଇଥାଏ। ଏହାକୁ ଲକ୍ଷ କରି ପ୍ରଶାସନ ପକ୍ଷରୁ ଗଣେଶ ପୂଜା ଭସାଣି ରେ ପଶ୍ଚିମ ବଙ୍ଗ ଡିଜେ ସମ୍ପୂର୍ଣ୍ଣ ବ୍ୟାନ କରିବା ସହ ଅଳ୍ପ ସାଉଣ୍ଡରେ ମଣ୍ଡପ ଗୁଡିକରେ ବଜାଇବା ପୂଜା ପାଳନ ପାଇଁ ନିର୍ଦେଶ ଦେଇଥିଲେ। ଗତ ବର୍ଷ ଧାମନଗର ଏନଏସିର ୧୪ ମେଢ଼ ଓ ଗ୍ରାମାଂଚଳରେ ୧୬ ମେଢ଼ ପୂଜା ପାଇଁ ପରମିସନ ନେଇଥିଲେ। ଏହାକୁ ଲକ୍ଷ କରି ଏଥର ୨୫ ତାରିଖ ସୁଦ୍ଧା ସମସ୍ତ ପୂଜା କମିଟି ତାଙ୍କ ରେଜିଷ୍ଟ୍ରେସନ୍ କରିନେବାକୁ କହିଥିଲେ। ସମସ୍ତ ପୂଜା ମଣ୍ଡପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯିବ। ଶାନ୍ତି ଶୃଙ୍ଖଳା ଲାଗି ଭଦ୍ରକ ଏସପି ଧାମନଗର ପାଇଁ ସ୍ୱତନ୍ତ୍ର ଲକ୍ଷ ରଖିଛନ୍ତି







