ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଶାଆଁଳପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ଦିନ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଦାସ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ପ୍ରବଚକ ବୀରେନ୍ଦ୍ର ପଣ୍ଡା ଯୋଗଦେଇ କ୍ରୀଡା ଶାରୀରିକ ସୁସ୍ଥତା ସହ ମାନସିକ ବିକାଶର ମୁଖ୍ୟ ଆଧାର। ଶିକ୍ଷା ସହ କ୍ରୀଡାର ସମନ୍ୱୟ ଛାତ୍ରଛାତ୍ରୀଙ୍କୁ ଶିଷ୍ଟାଚାର, ନେତୃତ୍ୱ, ଶୃଙ୍ଖଳା ଓ ଦଳୀୟ ଭାବନା ଶିଖାଇଥାଏ। ହାର-ଜିତକୁ ସହଜ ଭାବେ ଗ୍ରହଣ କରିବାର ଶକ୍ତି କ୍ରୀଡା ମାଧ୍ୟମରେ ଉତ୍ପନ୍ନ ହୁଏ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଅଧ୍ୟାପକ ନିରଂଜନ ସାମଲ, କବି ହରିହର ପାଣିଗ୍ରାହୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିରେନ୍ଦ୍ର ଜେନା, ମୁରଲୀଧର ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ଅକ୍ଷୟ ହୋତା, ଗଙ୍ଗାଧର ବେହେରା, ହାସ୍ୟାଭିନେତା ସତ୍ୟବ୍ରତ ପାଣିଗ୍ରାହୀ,ଅଧ୍ୟାପକ କିଶୋର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ହୋ ଇ ଛାତ୍ର ଛାତ୍ରୀ ଙ୍କୁ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରି। ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପଣ୍ଡା ମନ୍ତ୍ରପାଠ କରି କାର୍ଯ୍ୟକ୍ରମ ଆରମ୍ଭ କରାଇଥିଲେ। ଶିକ୍ଷକ ସଂଗ୍ରାମ ଭାରତୀ ଅତିଥି ପରିଚୟ କରିଥିବାବେଳେ ଶିକ୍ଷକ ସନ୍ତୋଷ ଜେନା ସ୍ୱାଗତ ଭାଷଣ ଦେଇଥିଲେ। ଶିକ୍ଷୟତ୍ରୀ ଶୁଭଦ୍ରା ଶୁଭଦର୍ଶୀ ମଲ୍ଲିକ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। କ୍ରୀଡା ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ଯଶସିନି ସାହୁ, ବିଭୁ ସୁନ୍ଦର ସାହୁ, ପୁଜାରାଣୀ ନାୟକ, ସସ୍ମିତା ସେଠୀ, କମଳାକାନ୍ତ ଜେନା, ମାନିନୀ ଗୋଚ୍ଛାୟତ, ଦେବେନ୍ଦ୍ର ମାଝୀ ପରିଚାଳନା କରିଥିଲେ।ପରେ ୨୦୨୪-୨୫ ମସିହାରେ ମେଟ୍ରିକ ପରୀକ୍ଷାରେ ବିଦ୍ୟାଳୟ ତରଫରୁ ସର୍ବୋଚ୍ଚ ନମ୍ବର ରଖିଥିବାରୁ ପ୍ରିୟ ଦର୍ଶନୀ ଦାସଙ୍କୁ ବିଦ୍ୟାଳୟ ତରଫରୁ ସମ୍ୱର୍ଦ୍ଧନା କରାଯାଇଥିଲା। ପ୍ରାରମ୍ଭ ରେ ବିଦ୍ୟାଳୟ ର ଛାତ୍ରୀ ଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ କରା ଯାଇଥିଲା।








