Home କେନ୍ଦ୍ରାପଡ଼ା ଶହୀଦ ଯବାନଙ୍କୁ ଦୀପ ଜଳାଇ ଶ୍ରଦ୍ଧାଞ୍ଜଳି ଅର୍ପଣ

ଶହୀଦ ଯବାନଙ୍କୁ ଦୀପ ଜଳାଇ ଶ୍ରଦ୍ଧାଞ୍ଜଳି ଅର୍ପଣ

80

କେନ୍ଦ୍ରାପଡ଼ା ୧୮/୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ କେଶପୁର ବଜାରରେ ଥିବା ଧର୍ମଶାଳା ପରିସରରେ ଗୁରୁବାର ସନ୍ଧ୍ୟାରେ ଭାରତମାଟି ପାଇଁ ଶହୀଦ ହୋଇଥିବା ୨୦ଜଣ ଯବାନଙ୍କ ଉଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଦୀପ ଜାଳାଇ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସମାଜସେବୀ ତଥା ଶିକ୍ଷକ ପାର୍ଥସାରଥୀ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ନାଗରିକ ଶୁକଦେବ ପରିଡାଙ୍କ ସମେତ ୩୦ରୁ ଉର୍ଦ୍ଧ୍ୱ ସମାଜସେବୀ, ଶିକ୍ଷକ ଓ ଛାତ୍ରମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶହୀଦ ଯବାନମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନନ୍ତବଳଦେବ ଶତପଥୀ, ସମାଜସେବୀ ଅଲେଖ ନାୟକ, ରଜନୀକାନ୍ତ ଦାସ, ପ୍ରଭାକର ନାୟକ, ଅଧ୍ୟାପକ ପ୍ରଭାକର ମଲ୍ଲିକ, ବିଜୟ ବେହେରା, ମନୋଜ କୁମାର ରାଉତ, ଶରତ ଚନ୍ଦ୍ର ସାହୁ, ନାରାୟଣ ପଣ୍ଡା, ଅଶୋକ କୁମାର ଜେନା ପ୍ରମୁଖ ସାମିଲ ହୋଇ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.