Home ଓଡ଼ିଶା ଶହୀଦ ଚନ୍ଦ୍ରକାନ୍ତଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଶହୀଦ ଚନ୍ଦ୍ରକାନ୍ତଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

99

ବାଲିଗୁଡା, ୧୮/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ ) : ଚୀନ ସୈନ୍ୟଙ୍କ ସହ ସଂଘର୍ଷ ବେଳେ ଶହୀଦ ହୋଇଥିବା କନ୍ଧମାଳ ଜିଲ୍ଲା ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ରାଇକିଆ ସହରର ବିଭିନ୍ନ ସଙ୍ଗଠନ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ନାଗରିକ ମଞ୍ଚ କାର୍ଯ୍ୟାଳୟରେ ସମସ୍ତ ସଦସ୍ୟ ଯୋଗ ଦେଇ ୨ ମିନିଟ ନୀରବ ପ୍ରାର୍ଥନା କରିବା ସହ ଚନ୍ଦ୍ରକାନ୍ତଙ୍କ ସ୍ମୃତିଚାରଣ କରିଥିଲେ। ମଞ୍ଚ ସଭାପତି ସୁଶାନ୍ତ କୁମାର ଜେନା, ସମ୍ପାଦକ ମେନେଶ୍ୱର ଦିଗାଳ, ଯୁଗ୍ମ ସମ୍ପାଦକ ମସେସ ଦିଗାଳ ପ୍ରମୁଖ ଉପସ୍ଥିତ ଥିଲେ। ରାଇକିଆ ମୋଟର ଚାଳକ ସଂଘ ତରଫରୁ ମଧ୍ୟ ଏକ ସଭାର ଆୟୋଜନ କରାଯାଇ ଶହୀଦ ଚନ୍ଦ୍ରକାନ୍ତଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା। ଏଥିସହ ଚାଇନା ସାମଗ୍ରୀ ବର୍ଜନ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ବସ୍‌ଷ୍ଟାଣ୍ଡ ଠାରେ ବଣିକ ସଂଘ ତରଫରୁ ଏକ ସଭା ଆୟୋଜନ କରାଯାଇ ‘ଶହୀଦ ଚନ୍ଦ୍ରକାନ୍ତ ଅମର ରହେ’ ସ୍ଲୋଗାନ ଦେବା ସହ ଚାଇନାର ଦୋମୁହାଁ ନୀତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଘ ତରଫରୁ ସମସ୍ତ ସଦସ୍ୟ ଯୋଗ ଦେଇଥିବା ବେଳେ ସମ୍ପାଦକ ବିଜୟ କୁମାର ପଣ୍ଡା ନେତୃତ୍ୱ ନେଇଥିଲେ। ଶହୀଦ ଚନ୍ଦ୍ରକାନ୍ତଙ୍କୁ ସମ୍ମାନ ଜଣାଇ ଗୁରବାର ବଣିକ ସଂଘର ପୂର୍ବ ନିଷ୍ପତ୍ତି କ୍ରମେ ରାଇକିଆ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.