ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଅନ୍ତର୍ଗତ ଗୋପିନାଥପୁର ଗ୍ରାମ ପଂଚାୟତ ଠାରେ ବିଜୁ ଜନତା ଦଳର ବରିଷ୍ଠ ନେତା ସ୍ୱର୍ଗତ ଶଶାଙ୍କ ଶେଖର ଦାସ ଙ୍କ “ଏକାଦଶାହ କ୍ରିୟା” ରେ ଯୋଗଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରିଛନ୍ତି ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକର ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ବରିଷ୍ଠ ସାମ୍ବାଦିକ ନିହାର ଦାସ, ବରିଷ୍ଠ ନେତା ପ୍ରଶାନ୍ତ ଦାସ, ରାମଚନ୍ଦ୍ର ନାୟକ, ବିଜୁ ଯୁବ ଜନତା ଦଳର ପୂର୍ବତନ ବନ୍ତ ବ୍ଲକର ସଭାପତି ସତ୍ୟ ସାଧନ ବେଜ, କୋଡବରୁଆଁ ଗ୍ରାମ ପଂଚାୟତ ସରପଂଚ ଙ୍କ ପ୍ରତିନିଧି ତଥା ଯୁବନେତା ଆଶିଷ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।








