Home ଓଡ଼ିଶା ଶଳାକୁ ଛୁରାମାଡ କଲା ଭିଣୋଇ

ଶଳାକୁ ଛୁରାମାଡ କଲା ଭିଣୋଇ

197

ଅନୁଗୁଳ,୧୨/୧୦,(ଓଡ଼ିଆ ପୁଅ ପି ନାଏକ): ଦିନକୁ ଦିନ ବଢୁଛି ହଣାକଟା ଘଟଣା । ସଂପତ୍ତି ଆଉ ରାଗରୁଷାକୁ କେନ୍ଦ୍ର କରି ପ୍ରତିଦିନ ଏଭଳି ଖବର ବାହାରୁଛି । ତେବେ ଠିକ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ତିପଦାରେ । ତେବେ ସୂଚନା ଅନୁସାରେ, ଭିଣୋଇର ଛୁରା ମାଡ଼ରେ ଶଳା ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛି । ସୂଚନା ଅନୁଯାୟୀ, ହାଟପଦା ନିକଟରେ ରହୁଥିବା ଯାଯାବର ବସ୍ତିରେ ଭିଣୋଇ ନରି ମାଝୀଙ୍କ ସହ ଶଳା ଭିକୁ ମାଝୀର ସାମାନ୍ୟ ବଚସା ହୋଇଥିଲା ।ପରେ ଉତ୍ତ୍ୟକ୍ତ ଭିଣୋଇ ଶଳାକୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଥିଲେ । ଗୁରୁତର ଶଳାକୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛେଣ୍ଡିପଦା ପୋଲିସ ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.