Home ଜିଲ୍ଲା ପରିକ୍ରମା ଶରତ ଚନ୍ଦ୍ର କଲଚୁରାଲ ଏକାଡେମୀ ପକ୍ଷରୁ ଆଲୋଚନା ଚକ୍ର

ଶରତ ଚନ୍ଦ୍ର କଲଚୁରାଲ ଏକାଡେମୀ ପକ୍ଷରୁ ଆଲୋଚନା ଚକ୍ର

8

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ସଂସ୍କୃତିରେ ବାର ମାସରେ ତେର ପର୍ବ ପାଳନ କରାଯାଏ।ପର୍ବ ପର୍ବାଣୀ ପାଳନ ମୂଳରେ ଆନନ୍ଦୋତ୍ସ୍ୱ ସହ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ଲକ୍ଷ୍ୟ ରଖାଯାଇଛି।ପ୍ରତ୍ୟେକ ପର୍ବ ପାଳନ ପଛରେ ବିଜ୍ଞାନ ସମ୍ମତ ଦିଗ ମଧ୍ୟ ରହିଛି।ବର୍ତମାନର ଯୁବ ଓ ଉତର ପିଢ଼ି ପୂର୍ବଜଙ୍କ ପ୍ରଦର୍ଶିତ ମାର୍ଗ ପ୍ରତି ଆକୃଷ୍ଟ ହେବା ଆବଶ୍ୟକ ବୋଲି ମଞ୍ଜୁରୀରୋଡ଼ସ୍ଥିତ ଡ଼ଃ ଶରତ ଚନ୍ଦ୍ର କଲଚୁରାଲ ଏକାଡେମୀ ପକ୍ଷରୁ ରବିବାର ଅପରାହ୍ନରେ ଆୟୋଜିତ ରଜ ଆସର ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଛି।ଅବସରପ୍ରାପ୍ତ ଶିକ୍ଷାଧିକାରୀ ପଦ୍ମଲୋଚନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆସରରେ ଧାମନଗର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସୁରଞ୍ଜନ ପଣ୍ଡା,ଡାକ୍ତର ସୁଶୀଲ କୁମାର ଘୋଷ,’ଅଞ୍ଜଳି’ର ସମ୍ପାଦକ ପ୍ରକାଶ ମହାପାତ୍ର, କିଶୋର ଦାସ,ହରିଶନ୍ଦ୍ର ଜେନା, ଅଧ୍ୟାପକ ପ୍ରଫୁଲ୍ଲ ପଣ୍ଡା,ରାଜେଶ ବିଶ୍ୱାଳ,ବିନୋଦ ବାରିକ,ଚିତରଞ୍ଜନ ରାଉତ,ଧ୍ରୁବ ଚରଣ ବାରିକ,କବି ବିଜୟ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ଏକାଡେମୀର ସମ୍ପାଦକ ବିଶ୍ୱନାଥ ବାରିକ ସ୍ୱାଗତ ଭାଷଣ ଓ ଅଧ୍ୟାପକ ସୁବୀର କୁମାର ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଏକାଡେମୀର ଭବିଷ୍ୟତ କାର୍ଯ୍ୟକ୍ରମ ଓ ବାର୍ଷିକୋତ୍ସବ ପାଳନ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.