ନୟାଗଡ଼, ୧୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ମୁଖ୍ୟ ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ଗୃହରେ ଥିବା ଅଚିହ୍ନା ବ୍ୟକ୍ତିର ଶବକୁ ପୁଲିସ ଜବତ କରିଛି। କୌଣସି ଅଜଣା ବ୍ୟକ୍ତି କୌଣସି ଅଜଣା ସ୍ଥାନରେ ପଡ଼ିଥିବା ଏହି ବ୍ୟକ୍ତିଙ୍କୁ ମୂମୂର୍ଷୁ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ଡାକ୍ତର ଏହି ଅଚିହ୍ନା ବ୍ୟକ୍ତିଙ୍କୁ ମୃତ ଘୋଷଣା କରିଥିଲେ। ଟାଉନଥାନା ପୁଲିସ ଶବ ଉଦ୍ଧାର କରି ଶବକୁ ଉଦ୍ଧାର କରିଛି। ମୃତ ବ୍ୟକ୍ତିର ପରିଚୟ ମିଳିଲା ପରେ ଶବ ବ୍ୟବଚ୍ଛେଦ କରାଯାଇ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି।






