Home ଜିଲ୍ଲା ପରିକ୍ରମା ଶବର ଜନ ଜାତିର ମାନ୍ୟତା ନେଇ ଖବରଦାତା ସମ୍ମୀଳନି, ରାଜ୍ୟବ୍ୟାପି ଆନ୍ଦୋଳନ ଡାକରା

ଶବର ଜନ ଜାତିର ମାନ୍ୟତା ନେଇ ଖବରଦାତା ସମ୍ମୀଳନି, ରାଜ୍ୟବ୍ୟାପି ଆନ୍ଦୋଳନ ଡାକରା

10

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ରାଜ୍ୟ ଉତ୍କଳ ଶବର ମହାସଂଘ ପକ୍ଷରୁ ଭଦ୍ରକ ଜିଲ୍ଲା ବନ୍ତ ଜଳ ସେଚନ କାର୍ଯ୍ୟାଳୟ ପରିସରରେ ଖବର ଦାତା ସମ୍ମୀଳନି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶବର ଜାତିକୁ ଜନ ଜାତିର ମାନ୍ୟତା ଦେବା ନେଇ ଦୃଢ ଦାବି ଉପସ୍ଥାପନ କରାଯାଇଥିଲା । ସଂଘର ରାଜ୍ୟ ସଂପାଦକ ରବିନ୍ଦ୍ର ଦାସ, ଯୁଗ୍ମ ସଂପାଦକ ମୋହନ ଦାସ, ରବିନ୍ଦ୍ର ଦାସ, ସାଂଗଠନିକ ସଂପାଦକ ଅମୁଲ୍ୟ ଦାସ, ଜିଲ୍ଲା କୋଷାଧ୍ୟକ୍ଷ ବ୍ରଜ କିଶୋର ଦାସ, କର୍ମକର୍ତା ବୈଲୋଚନ ଦାସ, ଦୀପକ ଦାସ ପ୍ରମୁଖ ଏହି ସମ୍ମୀଳନିରେ ଉପସ୍ଥିତ ଥିଲେ । ସଂଘର କର୍ମକର୍ତାଙ୍କ ସୂଚନା ଅନୁଯାୟୀ ସାରା ଓଡିଶାରେ ୩ଶହ ୫୦ଗ୍ରାମରେ ଶବର ଜାତିର ୧୫ଶହ ୫୦ ପରିବାରର ୫୫ହଜାର ଲୋକେ ବସବାସ କରନ୍ତି । ସେମାନଙ୍କ ମଧ୍ୟରେ ୧୩ହଜାର ଲୋକ ଶବର ପ୍ରମାଣପତ୍ର ପାଇଛନ୍ତି । ସେଥି ମଧ୍ୟରୁ ୩ହଜାର ୧୫୦ଜଣ ଏହି ପ୍ରମାଣ ପତ୍ର ମୂଳେ ବିଭିନ୍ନ ସରକାରୀ ଦପ୍ତରରେ ଚାକିରୀ କରୁଆସୁଛନ୍ତି । ଏଥିସହ ୨ଶହରୁ ଉର୍ଦ୍ଦ ବ୍ୟକ୍ତି ରାଜ୍ୟ ସରକାରଙ୍କ ଜନ ପ୍ରତିନିଧି ଭାବେ ଶବର ଜନ ଜାତିରେ ନିର୍ବାଚନ ପ୍ରକ୍ରିୟାରେ ପାର୍ଥୀ ହୋଇଛନ୍ତି । ୨୦୦୧ ଓ ୨୦୧୧ମସିହା ଜନ ଗଣନା ଅନୁଯାୟୀ ସେମାନଙ୍କୁ ଶବର ଜନ ଜାତିରେ ଅନ୍ତର୍ଭୁକ୍ତ କରାଯାଇଛି । ୧୯୨୮ ମସିହା ୟାଦାଦସ୍ତ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ମହାସଂଘ ନିକଟରେ ଥିବା ଖତିୟାନରେ ଜାତି ଶବର ରହିଥିବା ବେଳେ ପରବର୍ତୀ ସମୟରେ ପ୍ରଶାସନ ଦ୍ୱାରା ଅଧିକାଂଶ ମୌଳିକତା ଯଥା ପରମ୍ପରା, ପ୍ରଥା ଓ କୌଳିକ ବୃତିକୁ ଅନୁଧ୍ୟାନ ନ କରି ଶବର ଜାତିକୁ ବିକୃତ କରାଯାଇଛି । ଯଥା ନଳୁଆଶବର, ନଳୁଆକେଳା, କେଳା, ଶବରକେଳା, ଶବର ଆଦି କରାଯାଇଛି । ଅନ୍ୟପକ୍ଷରେ ଜାତିଗତ ପ୍ରମାଣ ପତ୍ର ଦେବା ବେଳେ କୌଳିକ ବୃତିକୁ ସଠିକ ତଦନ୍ତ କରି ପ୍ରଶାସନିକ ଅଧିକାରୀ ମାନେ ଶବର ଜାତିଗତ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଜାତିଗତ ପ୍ରମାଣ ପତ୍ରରେ ତୃଟି ଓ ବିକୃତର ସଂଶୋଧନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଠାରେ ଅଭିଯୋଗ କରିବା ପରେ ହରିଜନ ଓ ଆଦିବାସୀ ବିଭାଗ ଦ୍ୱାରା ଶବର ଜାତିର କୌଳିକ ବୃତି ଓ ପ୍ରଥା କୁ ତଦନ୍ତ କରାଯାଇଛି । ବିଭିନ୍ନ ଖତିୟାନରେ ‘ଶ’ ଶବର, ‘ସ’ ସବର ଥିବାବେଳେ ପ୍ରଶାସନିକ ଅଧିକାରୀ ମାନେ ଜାତିଗତ ପ୍ରମାଣ ପତ୍ର ପ୍ରଦାନ ବେଳେ ଇଂରାଜୀରେ ସବର, ସବାରା ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରୁଅଛନ୍ତି । ପ୍ରଶାସନିକ ଅଧିକାରୀ ସଠିକ ତଥ୍ୟ ସଂଗ୍ରହ ନ କରି ଇଚ୍ଛା ମୁତାବକ ତଥ୍ୟକୁ ନେଇ ଶବର ଜାତିକୁ ହଇରାଣ କରୁଥିବା ଅଭିଯୋଗ କରିଛି ସଂଘ । ଶବର ଜନ ଜାତିର ମାନ୍ୟତାକୁ ନେଇ ଜାତି ମୌଳିକ ଅଧିକାରରୁ ବଂଚିତ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଦୁର୍ବାର କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.