Home କୋରାପୁଟ ଶବବାହକ ମୁକ୍ତିରଥକୁ  ଉଦଘାଟନ କଲେ ଜିଲ୍ଲାପାଳ

ଶବବାହକ ମୁକ୍ତିରଥକୁ  ଉଦଘାଟନ କଲେ ଜିଲ୍ଲାପାଳ

40

କୋରାପୁଟ ୨୨-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହରରେ ଶବବାହକ ନ ଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।ଡାକ୍ତରଖାନାରୁ ଘରକୁ କିମ୍ବା ସ୍ୱର୍ଗଦ୍ୱାରକୁ ଶବ ନେବା ନିମନ୍ତେ ସହରରେ  ଗାଡିର ଅଭାବ ରହିଥିଲା ।ତଥାସ୍ତୁ ପରିବାର ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ  ସହ ଯୋଗରେ କୋରାପୁଟ ବାସିନ୍ଦାଙ୍କ ନିମନ୍ତେ ଏକ ଶବବାହକ ମୁକ୍ତି ରଥ ଅଣାଯାଇଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ମୁକ୍ତି ରଥ ସଂପୂର୍ଣ୍ଣ ମାଗଣାରେ ସେବା ଯୋଗାଇବ ବୋଲି ନୀଳକଣ୍ଠ ମହାନ୍ତି ପ୍ରକାଶ କରିଛନ୍ତି ।୯୪୩୮୩୭୭୩୭୭ ଓ ୭୦୨୨୧୯୬୦୩୧ ମୋବାଇଲ ନମ୍ବରେ ଯୋଗାଯୋଗ କରିବାକୁ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।ଏହି ଉଦଘାଟନୀ ଉତ୍ସବରେ କୋରାପୁଟ ବାର ଆସୋସିଏସନର ସଭାପତି ଅଜିତ ପାତ୍ର ,ବରିଷ୍ଠ ଓକିଲ ନିହାର ରଂଜନ ପଟନାୟକ ,ପ୍ରଶାନ୍ତ କୁମାର ପାତ୍ର , ମନୋରଂଜନ ରାଉତରାୟ ,ବିଦ୍ୟାଧର ସାହୁ ,ନରସିଂହ ପଟନାୟକ ,ସାଥୀବାବୁ ,ବିଶ୍ୱମୋହନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.