Home ଓଡ଼ିଶା ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ନିୟମାବଳୀ

ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ନିୟମାବଳୀ

143

କେନ୍ଦ୍ରାପଡ଼ା, ୨୩ା୪ (ଓଡ଼ିଆ ପୁଅ) : ଆସନ୍ତା ଅପ୍ରେଲମାସ ୨୪ତାରିଖ ଠାରୁ ପ୍ରତ୍ୟେକ ଶନିବାର ଓ ରବିବାର କେନ୍ଦ୍ରାପଡା ପୈାରାଞ୍ଚଳ ଓ ପଟ୍ଟାମୁଣ୍ଡାଇ ପୈାରାଞ୍ଚଳ ସଟଡାଉନ ରହିବ ବୋଲି ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏକ ନିର୍ଦେଶନାମା ଜାରି କରିଛନ୍ତି। ସଟଡାଉନ ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନା, ନର୍ସିଂହୋମ ଏବଂ ଔଷଧ ଦୋକାନ ଖୋଲା ରହିବା ସହ ଆମ୍ବୁଲାନ୍ସ ଓ ମେଡିକାଲ କର୍ମଚାରୀ ଚଳପ୍ରଚଳ କରିପାରିବେ। ଜିଲ୍ଲା ଓ ପୈାର ପ୍ରଶାସନ, ପୋଲିସ, ଅଗ୍ନିଶମ ବିଭାଗ, ଜରୁରୀ ସେବା ନିୟୋଜିତ ରାଜ୍ୟ ଓ କେନ୍ଦ୍ର ସରକାରୀ କର୍ମଚାରୀ, ଟେଲିଫୋନ ସେବା, ପେଟ୍ରୋଲପମ୍ପ, ଏଲ.ପି.ଜି.ବିତରଣ ଓ ରନ୍ଧନ ଗ୍ୟାସ ବୀତରଣ ଚାଲୁରହିବ। ଜିଲ୍ଲା ପ୍ରଶାସନ ଓ କମିଶନରେଟ ପୋଲିସ ଦ୍ୱାରା ଚିହ୍ନିତ ବୈଦୁତିକ ଓ ଛପା ଗଣମାଧ୍ୟମ ପ୍ରତିନିଧି, ଜଳଯୋଗାଣ ଓ ପରିମଳ କର୍ମଚାରୀ, ବିଦ୍ୟୁତ କର୍ମଚାରୀମାନେ ଚଳପ୍ରଚଳ କରିପାରିବେ। ମାଲବାହୀ ଓ ଖାଲି ଗାଡି ଚଳାଚଳ କରିବା ସହ ଶିଳ୍ପ ସଂସ୍ଥା ଓ ନିର୍ମାଣ କାର୍ଯ୍ୟ ଚାଲୁରହିବ। କୃଷି, ଉଦ୍ୟାନକୃଷି, ମତ୍ସ୍ୟ ଓ ପଶୁପାଳନ, ଗୋପାଳନ ସହ ଅନୁବନ୍ଧିତ ସମସ୍ତ କାର୍ଯ୍ୟ ଚାଲୁରହିବ। ହୋଟେଲ ଓ ଅଭ୍ୟର୍ଥନା ସଂସ୍ଥା, ସୂଚନା ଓ ପ୍ରଯୁକ୍ତି ସଂସ୍ଥାର ସହଯୋଗୀ ଅଧିକାରୀ ଓ କର୍ମଚାରୀମାନେ ଚଳପ୍ରଚଳ କରିପାରିବେ। ଏୟାରପୋର୍ଟ, ବସଷ୍ଟାଣ୍ଡ ଓ ରେଳଷ୍ଟେସନକୁ ଯାତ୍ରୀଙ୍କୁ ନେଇଯାଉଥିବା ଟ୍ୟାକ୍ସି, ଓଲା, ଓବର ଗାଡି ଗୁଡିକ ଚଳାଚଳ କରିପାରିବ। ବିବାହ ଓ ଶୁଦ୍ଧକ୍ରୀୟା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ କରାଯାଇପାରିବ। ଏ.ଟି.ଏମ.ଓ ଅର୍ଥ ସଂସ୍ଥା ଯଥା ଆର.ବି.ଆଇ.କ୍ଲିଅରିଂ ଚାଲୁରହିବ। ଏଆରପୋର୍ଟ, ରେଳ, ବସ ସେବା ଚାଲୁରହିବା ସହିତ ସଂପୃକ୍ତ ବିଭାଗର କର୍ମଚାରୀ ଚଳପ୍ରଚଳ କରିପାରିବେ। ଖାଦ୍ୟପଦାର୍ଥ, ଗ୍ରୋସରୀ, ପରିବା ଓ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଣ କରୁଥିବା କର୍ମଚାରୀ ଚଳାଚଳ କରିପାରିବେ। ଜାତୀୟ ଓ ରାଜ୍ୟ ରାଜପଥ କଡରେ ଥିବା ଢାବା କେବଳ ଖାଦ୍ୟ ପାର୍ସଲ ଦେବା ପାଇଁ ଖୋଲା ରହିବ। ଦୁଗ୍ଧ ବୁଥ ତତସମ୍ବନ୍ଧୀୟ କାର୍ଯ୍ୟ କରିବା ପାଇଁ ଖୋଲା ରହିବ। ଖାଦ୍ୟ, ଗ୍ରୋସରୀ ଷ୍ଟୋର ଯଥା ରିଲାଏନ୍ସ ଫ୍ରେସ, ବିଗ ବଜାର, ଚିଲିକା ଫ୍ରେସ ଏବଂ ଅନ୍ୟାନ୍ୟ ଦୋକାନ କେବଳ ଗୃହ ଯୋଗାଣ ନିମନ୍ତେ ଖୋଲାରହିବ। ସକାଳ ୫ଟାରୁ ୮ଘଟିକାଧ୍ୟରେ ଖବରକାଗଜ ବୀକ୍ରେତାମାନେ ଚଳପ୍ରଚଳ କରିପାରିବେ। ଅନ୍ୟାଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜଣାଇଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.