Home କେନ୍ଦୁଝର ଶତାଧିକ ସମର୍ଥକଙ୍କ ସହ ଓରାଳି ସରପଞ୍ଚ ବିଜେଡିରେ ସାମିଲ

ଶତାଧିକ ସମର୍ଥକଙ୍କ ସହ ଓରାଳି ସରପଞ୍ଚ ବିଜେଡିରେ ସାମିଲ

105

ହାଟଡ଼ିହି, ୩୦ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଓରାଳି ପଞ୍ଚାୟତର କଂଗ୍ରେସ ସମର୍ଥକ ସରପଞ୍ଚମମତା ରାଣୀ ଜେନା ଆଜି ତାଙ୍କର ଶତାଧିକ ସମର୍ଥକଙ୍କ ସହ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଆଜି ଓରାଳି ଠାରେ ଅନୁଷ୍ଠିତ ଏକ ଦଳୀୟ କାର୍ଯ୍ୟକ୍ରମରେ ବିଧାୟକ ଭାଗିରଥି ସେଠୀଙ୍କ ଉପସ୍ଥିତିରେ ସରପଞ୍ଚ ମମତା ରାଣୀ ଜେନା ନବୀନ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିଲେ । ବିଧାୟକ ଶ୍ରୀ ସେଠୀ, ୩୬ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟ ତଥା ବ୍ଲକ ସଭାପତି ସୁରେନ୍ଦ୍ର କୁମାର ଜେନା ପ୍ରମୁଖ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ । ଏଥିରେ ବରିଷ୍ଠ ବିଜେଡି ନେତା ବିଜୟ ରାଉତ, ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ, ଶାସଙ୍ଗ ପଞ୍ଚାୟତ ରବିନ୍ଦ୍ର କୁମାର ସାହୁ, ଚିତ୍ତରଞ୍ଜନ ପାତ୍ର, ସୁଧାକର ଓଝା, ଯୁବ ସମାଜସେବୀ ଧବଳେଶ୍ୱର ପଟ୍ଟନାୟକ, ମାନସ କୁମାର ଜେନା, ପ୍ରୀୟ ରଞ୍ଜନ ଦାସ, ଜିତେନ୍ଦ୍ର ଜେନା, ପ୍ରଦୀପ କୁମାର ଜେନା, ରଞ୍ଜନ ପହି, କିଶୋର ଜେନାଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.