Home କେନ୍ଦୁଝର ଶଙ୍ଖୋରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୃତ୍ତି ଉନ୍ମୋଚନ

ଶଙ୍ଖୋରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୃତ୍ତି ଉନ୍ମୋଚନ

84

ହାଟଡ଼ିହି, ୨୪ /୧୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତ ଶଙ୍ଖୋ ଗ୍ରାମରେ ଥିବା ଉତ୍କଳମଣି ଶିଶୁ ସାହିତ୍ୟ ସମିତି ଓ ଶଙ୍ଖୋ ସରକାରୀ ଉପ୍ରା ବିଦ୍ୟାଳୟ ସହଯୋଗରେ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୃର୍ତ୍ତି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍କଳମଣି ଶିଶୁ ସାହିତ୍ୟ ସମିତିର ସଭାପତି ରତ୍ନାକର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସମ୍ମାନୀତ ଅତିଥି ଭାବେ ହାଟଡିହି ବ୍ଲକର ବିଡିଓ ସୁଶ୍ରୀ ବିନିତା ବିଜୟିନୀ, ଆମ୍ବୋ ପଞ୍ଚାୟତର ସରପଞ୍ଚ ଶ୍ରୀରାମ ଦାସ ପ୍ରମୁଖ ଯୋଗଦେଇ ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୃର୍ତ୍ତିକୁ ଅନାବରଣ କରିବା ସହିତ ଶଙ୍ଖୋ ଧବଳେଶ୍ୱର ସରକାରୀ ଉପ୍ରା ବିଦ୍ୟାଳୟର ନବନିର୍ମିତ ଶ୍ରେଣୀଗୃହକୁ ଉଦଘାଟନ କରିଥିଲେ । ଏହି ଅବସରରେ ଅତିଥିମାନେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗପୁତ ଜୀବନ ଓ ଆଦର୍ଶବୋଧକୁ ସାଧାରଣ ଲୋକମାନେ ଅନୁସରଣ କଲେ ଆଜିର ସମାଜରେ କିଛି ମାତ୍ରାରେ ପରିବର୍ତ୍ତନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । କବି ଶ୍ରୀକାନ୍ତ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସମ୍ପାଦକ ନାରାୟଣ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଯଥା ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଓ ଅଧିକ ଶ୍ରେଣୀଗୃହ ନିର୍ମାଣ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଉତ୍ସବରେ ଆମ୍ବୋ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.