Home ଜିଲ୍ଲା ପରିକ୍ରମା ଶଙ୍ଖାଳୀ ଗୌରୀ ମେଧା ଛାତ୍ର ସମ୍ବର୍ଦ୍ଧନା, ରାଜ୍ୟ ଟପ୍ପର ସହ ୩୨ ମେଧାଙ୍କୁ କୃତି ସମ୍ମାନ...

ଶଙ୍ଖାଳୀ ଗୌରୀ ମେଧା ଛାତ୍ର ସମ୍ବର୍ଦ୍ଧନା, ରାଜ୍ୟ ଟପ୍ପର ସହ ୩୨ ମେଧାଙ୍କୁ କୃତି ସମ୍ମାନ ପ୍ରଦାନ

16

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପଳାସଗଢିଆ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ଶଙ୍ଖାଳି ଗୌରୀ ମେଧା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଚଳିତ ସିବିଏସି ଦଶମ ଶ୍ରେଣୀ ପରୀକ୍ଷା ରେ ଓଡିଶା ଟପ୍ପର ହୋଇଥିବା କାବ୍ୟ ରଂଜନ ମାଝୀଙ୍କ ସମେତ କୃତିତ୍ୱ ହାସଲ କରିଥିବା ଲିପ୍ସାପ୍ରିୟା ବେହେରା,ସ୍ୱାତୀ ସାୟଂନ୍ତିକା ସୁଆର, ଅନନ୍ୟା ସେଠୀ, ଶିବନାରାୟଣ ସେଠୀ, ପ୍ରିୟାଶୁୁଂ ରାଉତ, ସ୍ମୃତି ସ୍ୱାଗତିକା ଜେନା, ଶୁଭେନ୍ଦୁ କୁମାର ସ୍ୱାଇଁ, ଜ୍ୟୋତିରଞ୍ଜନ ପ୍ରାଧାନ, ଶୁଭଶ୍ରୀ ବେହେରା , ଶୁଭସ୍ମିତା ନାୟକ, ଆର୍ଯ୍ୟ ଆଶୀର୍ବାଦ ନାୟକ, ଏସକେ ଆହେଲଶାନ୍ ରାଜା,ଅୟସକାନ୍ତ ପଣ୍ଡା, ପ୍ରଜ୍ଞା ପରମିତା ଜେନା, ବିଶ୍ୱଜିତ ମିଶ୍ର, ଅଭିଷେକ ଦାସ, ଦେବୀଶ୍ୱେତା ରାଉତ, ପ୍ରଦୀପ କୁମାର ବାରିକ୍‌, ରଶ୍ମିପ୍ରକାଶ ଦେ, ତୁଷାରକାନ୍ତ ଦତ, ରଚିତା ସାହୁ, ଯାଜ୍ଞସେନୀ ବିଶ୍ୱାଳ, ଗାୟତ୍ରୀ ପାଲ, ଯୁକ୍ତ ଦୁଇ ବିଜ୍ଞାନପ୍ରଦୀପ ପଣ୍ଡା,ଆଶୁତୋଷ ଖୁଂଟିଆ ପ୍ରମୁଖ ୩୦ ଜଣ ଏବଂ ଯୁକ୍ତ ଦୁଇ ବିଜ୍ଞାନରେ ୨ ଜଣ କୃତି ଛାତ୍ରଛାତ୍ରୀଙ୍କୁ ପଦକ,ପ୍ରମାଣପତ୍ର,ବିଜ୍ଞାନ ଗାଇଡ୍‌,ପ୍ରୋତ୍ସାହନ ରାଶି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଶିଶୁ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉଦ୍‌ଘାଟକ ଭାବେ ସାହିତ୍ୟିକ ଗଣେଶ ପ୍ରସାଦ କରଶର୍ମା,ମୁଖ୍ୟବକ୍ତା ପ୍ରାକ୍ତନ ଅଧ୍ୟକ୍ଷ ଡ. ଶୁଭେନ୍ଦ୍ର କୁମାର ମିଶ୍ର, ସମ୍ମାନିତ ଅତିଥି ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପାର୍ଥ ସୁନ୍ଦର ମହାକୁଡ,ଚାରୁଚନ୍ଦ୍ର ମଧ୍ୟ ଇଂରାଜୀ ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ଜେନା,ଗଣିଜାଙ୍ଗ ଏକାଡେମିକ୍ ଇଂଟର ନ୍ୟାସନାଲ୍ ସ୍କୁଲର ଅଧ୍ୟକ୍ଷ ବସନ୍ତ କୁମାର ସାମଲ, ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ନେଇ ମତ ରଖି ବିଦ୍ୟାର୍ଥୀ ମାନେ ପରୀକ୍ଷା ର ପ୍ରାପ୍ତାଙ୍କ ପଛରେ ନ ଗୋଡାଇ ଜୀବନ ପରୀକ୍ଷାରେ ସଫଳ ହେବା ଶ୍ରେୟସ୍କର ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଦର୍ଶ ଶିକ୍ଷକ ଅଜୟ କୁମାର ପୃଷ୍ଟି, ମୋହନ କୁମାର ମହାନ୍ତି, ପ୍ରହଲ୍ଲାଦ ମହାକୁଡ, ଶ୍ୱେତପଦ୍ମା ପାତ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ପ୍ରତିଭା ରୂପକ ବିସ୍ଫୋରୋକ ଦ୍ରବ୍ୟ ଛାତ୍ରଛାତ୍ରକୁ ଉପରକୁ ଉଠାଇବାରେ ସାହାର୍ଯ୍ୟ କରୁ ବୋଲି ବକ୍ତବ୍ୟରେ କହିଥିଲେ । ପ୍ରାରମ୍ଭରେ ଶଙ୍ଖାଳୀ ଗୌରୀ ମେମୋରିଆଲ୍ ଟ୍ରଷ୍ଟର ସମ୍ପାଦକ କବି ନାରାୟଣ ଚନ୍ଦ୍ର ଲେଙ୍କା ଉଦ୍ଦେଶ୍ୟ ଜ୍ଞାପନ,ଶିକ୍ଷକ ରମାକାନ୍ତ ଜେନା ଅତିଥି ପରିଚୟ , ପୃଷ୍ଠପୋଷକ ଜଗନ୍ନାଥ ପାତ୍ର ସ୍ୱାଗତ ଭାଷଣ ଓ ଶେଷରେ ଶିକ୍ଷକ ଅଭୟ କୁମାର ପ୍ରାଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ଏବଂ ସୁକାନ୍ତ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ପୁରଷ୍କାର ବିତରଣୀ ସଭାକୁ ରବିନ୍ଦ୍ର କୁମାର ଜେନା,ରତ୍ନାକର ଦାଶ, ବାବାଜୀ ଚରଣ ଦଳେଇ, ଗୟାଧର ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.