Home କୋରାପୁଟ ଲୋକେଶ୍ୱରୀ ମନ୍ଦିର ଚୋରି ଘଟଣାରେ ଜଣେ ଗିରଫ,ଅଳଙ୍କାର ଜବତ

ଲୋକେଶ୍ୱରୀ ମନ୍ଦିର ଚୋରି ଘଟଣାରେ ଜଣେ ଗିରଫ,ଅଳଙ୍କାର ଜବତ

60

କୋରାପୁଟ ୧୦-୦୭(ଓଡିଆ ପୁଅ /ରଂଜନ ଦାସ) ଜୟପୁର ସହରର ଲୋକେଶ୍ୱରୀ ମନ୍ଦିରରୁ ଚୋରି ହୋଇଥିବା ବିଭିନ୍ନ ଅଳଙ୍କାର ଜବତ କରାଯିବା ସହ ଘଟଣାରେ ପୋଲିସ ଜଣକୁ ଗିରଫ କରିଥିବା ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ସାମ୍ବାଦିକ ସମିଳୀରେ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ଗତ ୧ ତାରିଖ ରାତିରେ ସ୍ଥାନୀୟ ଲୋକେଶ୍ୱରୀ ମନ୍ଦିରରୁ କେହି ଦୁର୍ବୂତ ମନ୍ଦିର ଭିତରେ ଥିବା ଗର୍ଭ ଗୃହରେ ପ୍ରବେଶ କରି  ରୌପ୍ୟ ମୁକୁଟ,କମଟ ପଟି,ତ୍ରୀଶୂଳ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିଲେ । ପରଦିନ ମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଟାଉନଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ସଂଜୟ କୁମାର ମଣ୍ଡଳଙ୍କ ତତ୍ୱାବଧାନରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଟିମ ଶୁକ୍ରବାର ରାତିରେ ସ୍ଥାନୀୟ ଢେପସାହିର ସନ୍ଦୀପ ମହାନନ୍ଦିଆଙ୍କ ଘରେ ଚଢାଉ କରି ଅଭିଯୁକ୍ତ ସନ୍ଦୀପକୁ ଗିରଫ କରିବା ସହ ତା ଠାରୁ ଉପରୋକ୍ତ ଚୋରି ସାମଗ୍ରୀ ଜବତ କରିଥିଲେ । ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଏସଡିପିଓ ସୂଚନା ଦେବା ସହ ଖୁବଶୀଘ୍ର ଫେରାର ଆସାମୀକୁ ଗିରଫ କରାଯିବ ବୋଲି କହିଛନ୍ତି । ଗିରଫ ସନ୍ଦୀପ ମହାନନ୍ଦିଆ ବିରୁଦ୍ଧରେ ଜୟପୁର ଟାଉନ ଥାନାରେ ଚୋରି,ଡକାୟତି ଭଳି ୧୮ଟି ମାମଲା ପୂର୍ବରୁ ରହିଥିବା ଏସଡିପିଓ ସୂଚନା ଦେଇଛନ୍ତି । ଗିରଫ ସନ୍ଦୀପକୁ ଶନିବାର କୋର୍ଟ ଚାଲାଣ କରାଯାଇଛି । ସାମ୍ବାଦିକ ସମିଳନୀରେ ଜୟପୁର ଟାଉନଥାନା ଅଧିକାରୀ ସଂଜୟ କୁମାର ମଣ୍ଡଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.