Home ଓଡ଼ିଶା ଲୋକପ୍ରିୟ ଓ ବରିଷ୍ଠ ଯାତ୍ରା କଳାକାର ମହେନ୍ଦ୍ର ଦାସ (ଭିକୁ ସେଠ୍‌)ଙ୍କ ବିୟୋଗରେ ରାଜ୍ୟ ବିଜେପିର...

ଲୋକପ୍ରିୟ ଓ ବରିଷ୍ଠ ଯାତ୍ରା କଳାକାର ମହେନ୍ଦ୍ର ଦାସ (ଭିକୁ ସେଠ୍‌)ଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

196

ଭୁବନେଶ୍ୱର, ୧୨/୦୯ (ଓଡ଼ିଆ ପୁଅ) : ଲୋକପ୍ରିୟ ଓ ବରିଷ୍ଠ ଯାତ୍ରା କଳାକାର ଶ୍ରୀ ମହେନ୍ଦ୍ର ଦାସଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି।

୯୦ ଦଶକରେ ବହୁ ଚର୍ଚ୍ଚିତ ‘ଶାଗୁଣା ବସିଛି ଡେଣା ମେଲାଇ’ରେ ଖଳନାୟକ ‘ଭିକୁ ସେଠ୍‌’ ଭୂମିକାରେ ନିଖୁଣ ଅଭିନୟ ସହ ସମଗ୍ର ରାଜ୍ୟରେ ପ୍ରସିଦ୍ଧି ଲାଭ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସ୍ୱର୍ଗତଃ ଦାସଙ୍କ ବିୟୋଗ ରାଜ୍ୟ ତଥା ଯାତ୍ରଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହି ଦୁଃଖପ୍ରକାଶ କରି ଉଭୟ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଶୋକସନ୍ତପ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.