Home ଓଡ଼ିଶା ଲୋକନାଥଧାମ ମନ୍ଦିରରେ ଦଳାଚକଟା, ୫ ମୃତ

ଲୋକନାଥଧାମ ମନ୍ଦିରରେ ଦଳାଚକଟା, ୫ ମୃତ

503

ପଶ୍ଚିମବଙ୍ଗ, ୨୩/୦୮, (ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ପଶ୍ଚିମ ବଙ୍ଗଳାର ଉତ୍ତର ୨୪ ପ୍ରଙ୍ଗଣା ଜିଲ୍ଲାର କଚୁଆ ସ୍ଥିତ ଲୋକନାଥଧାମ ମନ୍ଦିରରେ ଅଘଟଣ। ରାତି ପାଖାପାଖି ୩ଟା ବେଳେ ମନ୍ଦିରରେ ଦଳାଚକଟାରେ ପାଞ୍ଚ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାସହିତ ୨୬ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୃତକଙ୍କ ପରିବାର ପିଛା ପାଞ୍ଚ ଲକ୍ଷ ଟଙ୍କା ଏବଂ ଗମ୍ଭୀର ଆହତଙ୍କ ପିଛା ୧ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ଘୋଷଣା କରିଛନ୍ତି। ଏହାବ୍ୟତିତ ସାମାନ୍ୟ ଆହତଙ୍କୁ ୫୦ହଜାର ଟଙ୍କା ଘୋଷଣା କରିଛନ୍ତି।

ସୂଚନାଅନୁଯାୟୀ, ଜନ୍ମାଷ୍ଟମୀ ଅବସରରେ ଶ୍ରଦ୍ଧାଳୁଙ୍କର ବହୁତ ଭିଡ ଜମିଥିଲା। ସେହି ସମୟରେ ପ୍ରବଳ ବର୍ଷା ହେବାକୁ ଲାଗିଥିଲା। ମନ୍ଦିର ନିକଟରେ ଲାଗିଥିବା ଏକ ରେଲିଂ ଭାଙ୍ଗିଯିବାରୁ ଭକ୍ତ ମାନଙ୍କ ଭିତରେ ଆଲୋଡନ ସ୍ରୁଷ୍ଟି ହୋଇଥିଲା ଏବଂ ସଭିଏଁ ଦୌଡିବାକୁ ଲାଗିଥିଲେ। ଯାହାଫଳରେ ଏଭଳି ଏକ ଅଘଟଣ ଘଟିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.