Home ଜିଲ୍ଲା ପରିକ୍ରମା ଲୋକକଳା ମୋଗଲ ତାମସା ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ

ଲୋକକଳା ମୋଗଲ ତାମସା ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ

56

ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ସୁପାରିଶ କ୍ରମେ ଭଦ୍ରକ ବ୍ଲକ କଳା ସଂସ୍କୃତି ସଂଘ ଅନୁକୂଲ୍ୟରେ ବିମଳା ନାଟ୍ୟ ସଂସଦ କୋରଣ୍ଟ, ରାନ୍ଦିଆ ଲୋକ କଳାକାର ମାନଙ୍କ ଦ୍ୱାରା ଅଭିନିତ ନାଟ୍ୟନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ବାରିକଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡିଶା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଧାରିତ ଜନସଚେତନତା ମୂଳକ ନାଟକ ‘ଆମ ଯୋଜନା’ ଲୋକକଳା ମୋଗଲ ତାମସା ମାଧ୍ୟମରେ ଭଦ୍ରକ ବ୍ଲକ ଅଧିନ କୋରକୋରା ପଂଚାୟତ ଅନ୍ତର୍ଗତ ବିଲାବାଡି, କୋରକୋରା, ରାଜପୁର ନୂଆସାହି ଗ୍ରାମ ଠାରେ ଅଭିନିତ ହୋଇଥିଲା । ଅଭିନୟରେ ଅମୀୟ ମହାପାତ୍ର, ଅରବିନ୍ଦ ବେହେରା, ଗୌରାଙ୍ଗ ଚନ୍ଦ୍ର ବାରିକ, ବିଶ୍ୱରଂଜନ ପଣ୍ଡା, ଆଶିଶ ସେଠୀ, ଅମୀୟ ସେଠୀ, ରାଜା ସେଠୀ ଓ ଗୌଡୁଣୀ ଭୂମିକାରେ ଅଭିନେତ୍ରୀ ସନ୍ଧ୍ୟାରାଣୀ ବେହେରା, ସଂଗୀତ ନିର୍ଦ୍ଦେଶକ ସୁରେନ୍ଦ୍ର ଗାହାଣ, କଣ୍ଠଶିଳ୍ପୀ ମିନତୀ ବାରିକ, ବାଦ୍ୟକାର ଅମୀୟ ଓ ରୂପସଜ୍ଜାରେ ମା’ ଚିତ୍ରାଳୟ ପିତ, ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଂଚ ମୋନାଲିସା ପଣ୍ଡା ଓ ପ୍ରତିନିଧି ରାଜେନ୍ଦ୍ର ବେହେରା ସହଯୋଗରେ କାର୍ଯ୍ୟକ୍ରମକୁ ସଫଳ ରୂପ ଦେଇଥିଲେ । ଉକ୍ତ ସଚେତନତା କାର୍ଯ୍ୟକ୍ରମଟିକୁ ତିନୋଟି ଗ୍ରାମର ଜନସାଧାରଣ ବହୁ ପ୍ରସାଂଶ କରିଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ମହୋଦୟାଙ୍କୁ ଓ ଉପସଭାପତି ପ୍ରଶାନ୍ତ ବେହେରାଙ୍କୁ ବିମଳା ନାଟ୍ୟ ସଂସଦ ତରଫରୁ ତାଙ୍କର କର୍ତ୍ତବ୍ୟନିଷ୍ଟା ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.