Home ଜିଲ୍ଲା ପରିକ୍ରମା କରଞ୍ଜମାଳ ପଂଚାୟତରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଦାବୀ, ସରକାରଙ୍କୁ ଦାବୀପତ୍ର ପ୍ରଦାନ

କରଞ୍ଜମାଳ ପଂଚାୟତରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଦାବୀ, ସରକାରଙ୍କୁ ଦାବୀପତ୍ର ପ୍ରଦାନ

3

ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର କରଞ୍ଜମାଳ ଠାରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିବାକୁ ଅଂଚଳବାସୀ ପୁଣି ନିଜର ଦାବୀ ରଖିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଚାନ୍ଦବାଲି ତହସିଲଦାର ଚାନ୍ଦବାଲି ତହସିଲ ଅଂଚଳରେ ଥିବା ସମସ୍ତ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରୁଥିବା ବେଳେ କରଞ୍ଜମାଳ ପଂଚାୟତ ଅଧିନସ୍ଥ ବଇଁଚା ଠାରେ ଥିବା ଏକ ଦ୍ୱିତଳ ମାର୍କେଟ କମ୍ପଲେକ୍ସ ସରକାରୀ ଜମିରେ ଥିବା ସତ୍ୱେ କଣ ପାଇଁ ଉଚ୍ଛେଦ କରୁ ନାହାନ୍ତି ତାହା ମଧ୍ୟ ଚର୍ଚାରେ । ପ୍ରାପ୍ତ ଖବରରୁ ଜଣାଯାଇଛି ଭଦ୍ରକ ଜିଲ୍ଲାରେ କରଞ୍ଜମାଳ ପଂଚାୟତରେ ଥିବା ବଇଁଚା ମାର୍କେଟ କମ୍ପଲେକ୍ସ ପ୍ରତି ଜିଲ୍ଲା ପ୍ରଶାସନ ପାତର ଅନ୍ତର ନୀତି ଆପଣାଉଥିବା ଅଭିଯୋଗ ହୋଇଛି । ଖବର ଅନୁଯାୟୀ ବଇଁଚା ଅଂଚଳର ଜୈନିକ ବ୍ୟକ୍ତି ବଇଁଚା ଠାରେ ଥିବା ସରକାରୀ ଜମି ଖତିୟାନ ନଂ୨୬୨ ଏବଂ ପ୍ଲଟ ନଂ-୪୬୧/୭୩୪ରେ ଥିବା ଏ୧.୧୨କର ଜମି ଉପରେ ଜୋର ଜବରଦସ୍ତ ଏକ ମାର୍କେଟ କମ୍ପଲେକ୍ସ ନିର୍ମାଣ କରିଥିଲେ । ଏହା ର ନିର୍ମାଣ ସମୟରେ ଅଂଚଳବାସୀ ଏହାକୁ ଘୋର ବିରୋଧ କରିବା ପରେ ମଧ୍ୟ ସଂପୃକ୍ତ ବ୍ୟକ୍ତି ଜଣକ ସମସ୍ତଙ୍କ କଥାକୁ ହେୟ ମନେକରି ଏହା ନିର୍ମାଣ କରିଥିଲେ । ଆଜି ଭଳି ଦିନରେ ଏହି ମାର୍କେଟ କମ୍ପେଲକ୍ସ ଅଂଚଳରେ ଚୋରା ମଦ ବେପାର ହେଉଥିବା ସହ ବିଭିନ୍ନ ଅସାମାଜିକ କାର୍ଯ୍ୟ ହେଉଥିବା ଅଭିଯୋଗ ମଧ୍ୟ ହେଉଥିବା ଜଣାଯାଇଛି ।

ଏହାକୁ ସଂପୂର୍ଣ ବିରୋଧ କରି ଅଂଚଳବାସୀ ଏହି ସରକାରୀ ଜମିରେ ଥିବା ମାର୍କେଟ କମ୍ପଲେକ୍ସକୁ ଭାଙ୍ଗି ଦେବାକୁ କେନ୍ଦ୍ରାଂଚଳ ଆୟୋଗ, ଭଦ୍ରକ ଜିଲ୍ଲାପାଳ,ଚାନ୍ଦବାଲି ତହସିଲଦାରଙ୍କ ନିକଟରେ ଦାବୀ କରିଥିଲେ । ଏହି ଦାବୀ ହେବା ପରେ ସଂପୃକ୍ତ ବ୍ୟକ୍ତି ଜଣକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ତାଙ୍କ ବିବୃତିରେ ଏହାକୁ ଭଦ୍ରକ ଉପଜିଲ୍ଲାପାଳଙ୍କ କୋର୍ଟକୁ ପଠାଇବା ସହ ତୁରନ୍ତ ଏହାର ସମାଧାନ କରିବାକୁ ନିର୍ଦେଶ ମଧ୍ୟ ଦେଇଥିଲେ । ଭଦ୍ରକ ଉପଜିଲ୍ଲାପାଳ ଙ୍କ ନିର୍ଦେଶରେ ଚାନ୍ଦବାଲି ର ପୂର୍ବତନ ତହସିଲଦାର ସୁଶାନ୍ତ ସୂତାର କରଞ୍ଜମାଳ ପଂଚାୟତ ଅଧିନରେ ଥିବା ବଇଁଚା ମାର୍କେଟ କମ୍ପଲେକ୍ସ ଟି ସରକାରୀ ଜମି ଉପରେ ଥିବା କଥା ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କୁ ଅବଗତ କରାଇଥିଲେ । ଉପଜିଲ୍ଲାପାଳ ସମସ୍ତ କଥା ବୁଝିବା ପରେ ତୁରନ୍ତ ଏହି ସରକାରୀ ଜମିରୁ ଅବରୋଧକାରୀଙ୍କୁ ହଟାଇବାକୁ ନିର୍ଦେଶ ମଧ୍ୟ ଦେଇଥିଲେ । ଇତି ମଧ୍ୟ ରେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ସରକାରୀ ଜମି ସରକାରଙ୍କ ଖାତାକୁ ଫେରି ନଥିବା ଜଣା ପଡିବା ପରେ ତୁରନ୍ତ ନ୍ୟାୟ ପ୍ରଦାନ ଦାବୀରେ ଅଂଚଳବାସୀ ତୁରନ୍ତ ଏହି ମାର୍କେଟ କମ୍ପଲେକ୍ସକୁ ଭାଙ୍ଗି ବାକୁ ଦାବୀ ରଖିବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ଶଚିବ, କେନ୍ଦ୍ରାଂଚଳ ଆୟୋଗ,ଭଦ୍ରକ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଏହା ଭଙ୍ଗା ନଗଲେ ଅଂଚଳବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ବାକି ଥିବା ସମସ୍ତ ସରକାରୀ ଜମିକୁ ନିଜ ଦଖଲକୁ ନେବେ ବୋଲି ମଧ୍ୟ ଦାବୀ ରଖିଛନ୍ତି ।ଅନ୍ୟ ପକ୍ଷରେ ଚାନ୍ଦବାଲି ତହସିଲଦାର ଅଶ୍ୱିନୀ ଭୂୟାଁଙ୍କ ସହ ଯୋଗା ଯୋଗ କରିବା ସମ୍ଭବ ପର ହୋଇ ପାରି ନଥିଲା ।ଇତି ମଧ୍ୟରେ ବହୁ ସମୟ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ଦୀର୍ଘ ବର୍ଷ ହେବ ଏହି ଅବରୋଧକାରୀକୁ ହଟାଇବା କୁ ଅଂଚଳବାସୀ ଦାବୀ କରିବା ସହ ତୁରନ୍ତ ଏହି ସରକାରୀ ସ୍ଥାନରେ ପଂଚାୟତ ତରଫରୁ ମାର୍କେଟ କମ୍ପେକ୍ସ କରିବାକୁ ସ୍ଥାନୀୟ ଜନ ସାଧାରଣ ସଂପୃକ୍ତ ସରପଂଚଙ୍କ ନିକଟରେ ଦାବୀ ରଖିଛନ୍ତି । ଏଠାରେ ମାର୍କେଟ କମ୍ପେଲକ୍ସ ନିର୍ମାଣ କରାଗଲେ ବହୁ ବେକାର ଯୁବକ ଯୁବତୀ କର୍ମ ନିଯୁକ୍ତି ପାଇବା ସହ ଆତ୍ମ ନିର୍ଭର ଶୀଳ ହୋଇ ପାରନ୍ତେ ବୋଲି ଅଂଚଳବାଦୀ ଆଶାବାଦୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.