Home ଜିଲ୍ଲା ପରିକ୍ରମା ଲୋକକଳା ଗ୍ରାମ ବନ୍ଧଟିଆରେ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ପ୍ରତିଯୋଗୀତା : ପ୍ରଚାର ପ୍ରସାର ଅଭାବ...

ଲୋକକଳା ଗ୍ରାମ ବନ୍ଧଟିଆରେ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ପ୍ରତିଯୋଗୀତା : ପ୍ରଚାର ପ୍ରସାର ଅଭାବ ଯୋଗୁ ଅନେକ ପ୍ରତିଯୋଗୀ ନିରାଶ ହେଲେ

36

ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ସରକାରଙ୍କ ଦ୍ୱାରା ଘୋଷିତ ଲୋକକଳା ଗ୍ରାମ ରାଧାବଲ୍ଲଭପୁର ପଂଚାୟତର ବନ୍ଧଟିଆ ସ୍ଥିତ ଲକ୍ଷ୍ମୀନାରାୟଣ ପଡ଼ିଆ ଠାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସଭାପତି ସୁବାଶ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶଚନ୍ଦ୍ର ନାୟକ ମୁଖ୍ୟଅତିଥିଭାବେ ଯୋଗଦେଇ ରାଜ୍ୟସରକାରଙ୍କ କଳା ସଂସ୍କୃତି ଉଦ୍‌ଜିବିତ ପାଇଁ ଏହାଏକ ଅଭିନବ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳର ବହୁ ପ୍ରତିଭା ମାନେ ସେମାନଙ୍କର କଳା ପ୍ରଦର୍ଶନ କରିପାରିବେବୋଲି ତାଙ୍କ ବକ୍ତ୍ୟରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ବସନ୍ତିଆ, ସ୍ୱାଧିନତା ସଂଗ୍ରାମୀ ବ୍ରଜକିଶୋର ରାଉତ, ସମାଜସେବୀ ବାବାଜୀ ନାୟକ, କବି ଅର୍ଜ୍ଜୁନ ଚରଣ ପଣ୍ଡା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ବସନ୍ତିଆ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ଭାଗବତ ପାତ୍ର, ସମାଜସେବୀ ଦାମୋଦର ମଲ୍ଳିକ, ବିନଦ ସାମଲ, ସମିତିସଭ୍ୟ ରଣଜିତ୍ ଜେନା, ସମାଜସେବୀ ସୂର୍ଯ୍ୟକାନ୍ତ ନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ ଅବଲୁପ୍ତ ପ୍ରାୟ ଲୋକକଳାକୁ ସର୍ବଜନାଦୃତ କରିବା ଦିଗରେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ଅତୁଳନୀୟ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ବିପିନ ବିହାରୀ ପଣ୍ଡା ଅତିଥିମାନଙ୍କୁ ମଂଚ ଆବାହନ କରିଥିଲେ। ଏକ କାର୍ଯ୍ୟକ୍ରମରେ ପାଣ୍ଡବ ଜେନା ଓ ସାଥୀ ଖଞ୍ଜଣି ଭଜନ, ଯୋଗେନ୍ଦ୍ର ଜେନା ଓ ସାଥି ବାଡ଼ିଖେଳ, ନକୁଳ ଜେନା ଓ ସାଥୀ ସଂକୀର୍ତନ ପରିବେଷଣ କରିଥିଲେ। ଏହି ଅବସରରେ ସ୍ଥାନୀୟ ଅଂଚଳର ମହିଳାଙ୍କ ପକ୍ଷରୁ ହୁଳହୁଳି, ଝୋଟି, ଚିତା, ପିଠାପଣା, ଲକ୍ଷ୍ମୀପୁରାଣ ପଠନ ଏବଂ ଓଡ଼ିଆଣୀ ବେଶ ଇତ୍ୟାଦି ପ୍ରତିଯୋଗୀତା କରାଯାଇଥିଲା। ଉତୀର୍ଣ୍ଣ କୃତି ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମଟି ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଳନ ପାଇଁ ନିର୍ଦ୍ଦେଶ ଥିବାବେଳେ ଆୟୋଜକଙ୍କ ଖାମଖିଆଲି ନିତୀ ଓ ପ୍ରଚାର ପ୍ରସାର ଅଭାବ ଯୋଗୁ ଅନେକ ପ୍ରତିଭା ଓ ପ୍ରତିଯୋଗୀମାନେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାଗନେଇନପାରି ସେମାନେ ଅସନ୍ତୋଷ ବ୍ୟକ୍ତକରି ନିରାସରେ ହତୋତ୍ସତ ହୋଇ ଘରକୁ ଫେରିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ କିଛି ବ୍ୟକ୍ତିଙ୍କ ମନୋମୁଖି କାର୍ଯ୍ୟଯୋଗୁ ଏପରି ଅବ୍ୟବସ୍ଥା ହୋଇଛି ବୋଲି ଅଭିଯୋଗ ହୋଇଛି। ପ୍ରକୃତ ପକ୍ଷେ ତରବରିଆ ଭାବେ ଉକ୍ତ କାର୍ଯ୍ୟକ୍ରମଟି ଆୟୋଜନ କରାଯାଇଥିବାରୁ ଅନେକ ପ୍ରତିଭା ସେମାନଙ୍କର କଳାକୌଶଳକୁ ପରିବେଷଣ କରିପାରି ନାହାନ୍ତିବୋଲି ଜିଲ୍ଳା ସୂଚନା ଲୋକସମ୍ପର୍କ ଅଧିକାରୀ ଶ୍ରୀ ନାୟକ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ପରବର୍ତ୍ତି ସମୟରେ ଏପରି ତୃଟିଯେପରି ନହୁଏ ସେନେଇ କର୍ମକର୍ତ୍ତାଙ୍କୁ ତାଗିଦ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.