Home ଜିଲ୍ଲା ପରିକ୍ରମା ଲୁଣିଆ ଗୁଳିକାଣ୍ଡର ୮୨ତମ ସ୍ମୃତି ଦିବସ ପାଳିତ, ଦେଶ ଜାତିର ମୁକ୍ତି ସଂଗ୍ରାମରେ ଆତ୍ମ ବଳିଦାନ...

ଲୁଣିଆ ଗୁଳିକାଣ୍ଡର ୮୨ତମ ସ୍ମୃତି ଦିବସ ପାଳିତ, ଦେଶ ଜାତିର ମୁକ୍ତି ସଂଗ୍ରାମରେ ଆତ୍ମ ବଳିଦାନ ଦେଇଥିବା ଦେଶପ୍ରେମୀ ସଂଗ୍ରାମୀଙ୍କ ତ୍ୟାଗ ଅତୁଳନୀୟ

7

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶ ଜାତିର ମୁକ୍ତି ସଂଗ୍ରାମରେ ଆତ୍ମ ବଳିଦାନ ଦେଇଥିବା ଦେଶପ୍ରେମୀ ସଂଗ୍ରାମୀଙ୍କ ତ୍ୟାଗ ଅତୁଳନୀୟ।ସେମାନଙ୍କ ତ୍ୟାଗ ଆଉ ତିତୀକ୍ଷା ପାଇଁ ଆଜି ଭାରତବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି।ଏଣୁ ମାଟି ଓ ମଣିଷ ପାଇଁ ଜୀ୍ୱନକୁ ଉତ୍ସର୍ଗ କରିଦେଇଥିବା ଅମର ଶହୀଦଙ୍କ ନିକଟରେ ଆମେ ଚିରକାଳ କୃତଜ୍ଞ ବୋଲି ଧାମନଗର ବ୍ଳକର ଶହୀଦ ନଗର ଠାରେ ଅନୁଷ୍ଠିତ ଲୁଣିଆ ଗୁଳିକାଣ୍ଡର ସ୍ମୃତି ୮୨ ତମ ଶହୀଦ ଦିବସର ସାନ୍ଧ୍ୟ ସଭାରେ ମତ ପ୍ରକାଶ ପାଇଛି।ଶହୀଦ ସ୍ମୃତିରକ୍ଷା ସମିତିର ସଭାପତି ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା କ୍ରୀଡ଼ା ଓ ଯୁବସେବା,ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପୌରହିତ୍ୟରେ ସଭା ଅନୁଷ୍ଠିତ ହୋଇଥିଲା।ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ବକ୍ତା, କୋରେଇ ବିଧାୟକ ତଥା ଚଳଚ୍ଚିତ୍ର ଅଭିନେତା ଆକାଶ ଦାସ ନାୟକ,ପ୍ରାକ୍ତନ ସାଂସଦ ଲୋକପ୍ରିୟ ସିନେ ତାରକା ଅନୁଭବ ମହାନ୍ତି,ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଲୁଣିଆ ଗୁଳିକାଣ୍ଡର ଇତିହାସ ଉପରେ ଆଲୋକପାତ କରିଥିଲେ।ସଭାକୁ ସ୍ମୃତିରକ୍ଷା ସମିତିର ଉପସଭାପତି ସାମ୍ବାଦିକ ବୈକୁଣ୍ଠ ନାଥ ସାହୁ ସଂଯୋଜନା କରିଥିଲେ।ଶହୀଦ ସ୍ମୃତି ସଂଗୀତ ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ।ଉପଦେଷ୍ଟା ରଘୁନାଥ ଲେଙ୍କା ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ଦେଇଥିଲେ। ସାଧାରଣ ସମ୍ପାଦିକା ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟତମା ପାଣିଗ୍ରାହୀ ବିବରଣୀ ପାଠ କରିଥିଲେ।ଶହୀଦ ଏବଂ ସଂଗ୍ରାମୀ ପରିବାରଙ୍କୁ ସମ୍ବର୍ଦ୍ଧନା ସହିତ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର ଶ୍ରେଷ୍ଟ ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା।ସାଧାରଣ ସମ୍ପାଦକ ଗୟାଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଉତ୍ସବରେ ବରିଷ୍ଠ ନେତା ଅଶୋକ ପୁହାଣ,ପ୍ରାକ୍ତନ ଅଧ୍ୟକ୍ଷ ନାରାୟଣ ସାହୁ, ହରେକୃଷ୍ଣ ପାଢ଼ୀ, ମନୋଜ ମଲ୍ଲିକ,ଚତୃଭୂଜ ନାୟକ, ଶ୍ରୀକାନ୍ତ ନାୟକ,ରାଜେନ୍ଦ୍ର ସାହୁ,ସଂଜୀବ ବେହେରା,ତୁଷାର ମିଶ୍ର, ରଞ୍ଜିତା ସ୍ୱାଇଁ, ଉମାମଣି ସାହୁ,ଅଞ୍ଜନା ଲେଙ୍କା,ସଞ୍ଜିତା ମିଶ୍ର, ମହେଶ୍ୱତା ମହାଳିକ,ସତ୍ୟ ନାରାୟଣ ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଯା ସିର୍କା, କଳା ସଂସ୍କୃତି ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ।ଚଳଚ୍ଚିତ୍ର ଅଭିନେତ୍ରୀ ମଧୁମିତା ମହାନ୍ତିଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ବଲପୁର,ଗୋଟିପୁଅ,ଛଉ ,ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା। ତେବେ ଏହି ଅବସରରେ ପୀଠର ଉନ୍ନତି ପାଇଁ ମନ୍ତ୍ରୀ ଶ୍ରୀ ସୁରଜ ଏବଂ ସାଂସଦ ଶ୍ରୀ ସେଠୀଙ୍କ ଦ୍ୱାରା ୨କୋଟି ଟଙ୍କା ବ୍ୟୟ ବରାଦରେ ଶିଳାନ୍ୟାସ କର।।ଯାଇଥିଲା। ପ୍ରାତଃରେ ଚିରା ଚରିତ ପ୍ରଥା ଅନୁସାରେ ଶହୀଦ ପୀଠରେ ଜିଲା ପ୍ରଶାସନ ପକ୍ଷରୁ ପତାକା ଉତୋଳନ ଏବଂ ତିଳ ତର୍ପଣ କରାଯାଇଥିଲା। ପରେ ଅତିଥି ମାନେ ସହିଦ ସ୍ମୃତି ସ୍ତମ୍ବରେ ଏବଂ ସର୍ଦ୍ଦାର ମୁରଲୀଧର ପଣ୍ଡାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ୍ୱାଧୀନତା ସଂଗ୍ରାମୀ ବ୍ରଜ କିଶୋର ରାଉତ ପତାକା ଉତୋଳନ କରିଥିଲେ। ଜିଲ୍ଲାପ୍ରଶାସନ ଦ୍ୱାରା ଶହୀଦ ମାନଙ୍କ ଉଦେଶ୍ୟରେ ଶହୀଦ ସ୍ତମ୍ବ ନିକଟରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ସେହିପରି ପୃଥକ ଭାବେ ବିଜେଡ଼ି ପକ୍ଷରୁ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ,ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ,ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ, ଏନଏସି ଅଧ୍ୟକ୍ଷା ନିବେଦିତା ଜେନା,ଜିଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ,ଜିଲା ପରିଷଦ ସଭ୍ୟ ଶାରଦା ପ୍ରସନ୍ନ ସାହୁ,ଡାକ୍ତର ସଞ୍ଜୟ ଦାସ,ଦଳର ବ୍ଲକ ସଭାପତି ଉମେଶ ମହାନ୍ତି ଯୁବ ସଭାପତି ଭାରତ ବିଜୟ ଦଳାଇ, କଂଗ୍ରେସ ଦଳର ନେତୃ ମଣ୍ଡଳୀ ସ୍ୱେଚ୍ଛାସେବୀ ସଙ୍ଗଠନର ଯୁବ ନେତୃତ୍ୱ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ପକ୍ଷରୁ ସହିଦ ପୀଠରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.