Home ଅପରାଧ ଲୁଚି ବୁଲୁଥିବା ଅପହରଣକାରୀଙ୍କୁ ଧରି ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ, ଅପରାଧ ସ୍ବୀକାର ପରେ ପୋଲିସକୁ ଜିମା...

ଲୁଚି ବୁଲୁଥିବା ଅପହରଣକାରୀଙ୍କୁ ଧରି ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ, ଅପରାଧ ସ୍ବୀକାର ପରେ ପୋଲିସକୁ ଜିମା ଦେଲେ

835

ମୟୁରଭଞ୍ଜ,ତା ୭ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ଦୀର୍ଘଦିନ ଅପେକ୍ଷା ପରେ ଧରାପଡିଲା ଆଜି ଅପହରଣକାରୀ ଯୁବକ । ଖବର ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ସନିଆସି ଗ୍ରାମର ନାବାଳିକା ଝିଅମାନଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ କରି ନେଇଥିବାର ଅଭିଯୋଗ ହୋଇଆସୁଛି । ଏମିତିକି ପୂର୍ବରୁ ଉକ୍ତ ଗ୍ରାମର ଜଣେ ୧୩ବର୍ଷର ନାବାଳିକା ଝିଅକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ଏଥିସହ ଆଜକୁ ଦୁଇବର୍ଷ ହେବ ପୁଣି ଜଣେ ଯୁକ୍ତ ଦୁଇ ଝିଅକୁ ପ୍ରେମ ଜାଲରେ ଫସାଇ ଅପହରଣ କରି ନେଇଯାଇଛି । ଯାହାକି ନିଖୋଜ ଥିବା ପରିବାର ପକ୍ଷରୁ ମୋରଡା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ହେଲେ ପୋଲିସର ଲମ୍ବା ହାତ ଥାଇ ମଧ୍ୟ ଅପହରଣକାରୀଙ୍କ ପତା ପାଇପାରିନଥିବା ସହ ନିଖୋଜ ଥିବା ନାବାଳିକା ଓ ଯୁକ୍ତ ଦୁଇ ଝିଅକୁ ଉଦ୍ଧାର କରିବାରେ ବିଫଳ ହୋଇଥିଲା । ଅପହରଣକାରୀ ଉକ୍ତ ଗ୍ରାମର ଚେତା ସିଂଙ୍କ ଜୋଇଁ ଗୌତମ ସିଂ ବୋଲି ଗ୍ରାମବାସୀ ଜାଣିଥିଲେ, ହେଲେ ତାହାର ପତା ପାଇପାରୁନଥିଲେ । ତାଙ୍କ ଘର ରୁପସା ଥାନା ଅନ୍ତର୍ଗତ ଲାଛମଣ ଖୁଣ୍ଟା ନିକଟସ୍ଥ (ବାଉଁଶବଣୀ) ବୋଲି ଜଣାପଡ଼ିଛି । ସେ ସନିଆସି ଗ୍ରାମରେ ନିଜ ଶଶୁର ଘରେ ଘରଜୋଇଁଆ ଭାବେ ରହୁଥିଲେ । ଏହିଭଳି କାମ କରିବା ପରେ ସେ ଆଜକୁ ଦୀର୍ଘଦିନ ହେବ କୁଆଡ଼େ ଚାଲିଯାଇଥିଲେ, ତେଣୁ ତାଙ୍କର ଦେଖାନଥିଲା । ହେଲେ ଆଜି ଦୁଇଜଣ ସାଥିଙ୍କ ସହ ବାଇକ ଯୋଗେ ଆସି ଗ୍ରାମ ନିକଟସ୍ଥ ଦେଶୀ ମଦ ଭାଟିରେ ମଦ ପିଉଥିବା ବେଳେ ଗ୍ରାମ ଲୋକଙ୍କ ନଜରେ ପଡିଥିଲେ । ତାଙ୍କୁ ଧରିବା ପାଇଁ ଉଦ୍ୟମ କରିବା ବେଳେ ବାଇକ୍ ଯୋଗେ ଖସି ପଳାଇଯିବାକୁ ଚେଷ୍ଟା କରିଥିଲେ । ହେଲେ କାରଣ ବଶତଃ ବାଇକରୁ ଖସି ପଡିଥିଲେ, ସେଠାରୁ ଉଠି ଦୌଡି ପଳାଇବାକୁ ଉଦ୍ୟମ କରୁଥିଲେ, କିନ୍ତୁ ପଛରେ ଥିବା ଲୋକମାନେ ତାଙ୍କୁ ଧରିପକାଇଥିଲେ । ସେଠାରୁ ଆଣି ସାହି ମଝିରେ ଥିବା ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ । ବାନ୍ଧିବା ପରେ ଗ୍ରାମବାସୀଙ୍କ ସମ୍ମୁଖରେ ସମସ୍ତ ଘଟଣା ସ୍ବୀକାର କରିଥିଲେ । ଗ୍ରାମରେ ଏହିଭଳି ଘଟଣା ବାରମ୍ବାର ଘଟାଉଥିବାରୁ ଉତ୍ତେଜିତ ଗ୍ରାମବାସୀ ତାଙ୍କୁ ପୋଲିସ ଜିମାରେ ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.