Home ଜିଲ୍ଲା ପରିକ୍ରମା ଲିଡ଼ ବ୍ୟାଙ୍କ ସଂଯୋଜନାରେ ଋଣ ସଂଯୋଗୀକରଣ ମେଳା, ୩୭୦୧ ହିତାଧିକାରୀଙ୍କୁ ୩୯.୫୮ କୋଟି ଋଣ ମଞ୍ଜୁର

ଲିଡ଼ ବ୍ୟାଙ୍କ ସଂଯୋଜନାରେ ଋଣ ସଂଯୋଗୀକରଣ ମେଳା, ୩୭୦୧ ହିତାଧିକାରୀଙ୍କୁ ୩୯.୫୮ କୋଟି ଋଣ ମଞ୍ଜୁର

22

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବରେ ଆଇକନିକ ସପ୍ତାହ ପାଳନ ଅବସରରେ ଗତ ୮.୬.୨୦୨୨ ରିଖ ବୁଧବାର ଦିନ ଭଦ୍ରକ ଟାଉନହଲରେ ଭଦ୍ରକ ଲିଡ଼୍‌ବ୍ୟାଙ୍କ ଆନୁକୂଲ୍ୟରେ ବୃହତ ଋଣ ସଂଯୋଗୀ କରଣ ମେଳା ଅନୁଷ୍ଠିତ ହୋଇଯାଇଛି। ଏଲ୍‌.ଡ଼ି.ଏମ୍‌.ଏନ୍ ନାଗେଶ୍ୱର ରାଓଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଲୋକ ସଭା ସାଂସଦ ମଞ୍ଜୁଲତା ମଣ୍ଡଳ, ସମ୍ମାନିତ ଅତିଥିଭାବେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ୍ ଏବଂ ସି.ଇ.ଓ. ବି.ବି.ସି.ସି. ବ୍ୟାଙ୍କ ଲିମିଟେଡ଼୍ ବାଲେଶ୍ୱର ଯୋଗ ଦେଇ ଋଣ ସଂଯୋଗୀ କରଣ ମେଳାର ଉପାଦେୟତା, ସାମାଜିକ ସୁରକ୍ଷା, ଆର୍ଥିକ ସାକ୍ଷରତା, ବୀମା, ପେନସନ୍ ଆଦି ସମ୍ବନ୍ଧରେ ଆଲୋଚନା ରଖିଥିଲେ। ଜୁନ୍ ୬ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ସମର୍ଥ.ଇନ୍ ପୋର୍ଟାଲ ସମ୍ବନ୍ଧରେ ଏଲ.ଡ଼ି.ଏମ୍‌. ସୂଚନା ଦେଇଥିଲେ। ବିଭିନ୍ନ ଯୋଜନାରେ ସମୁଦାୟ ୩୭୦୧ ହିତାଧିକାରୀଙ୍କୁ ୩୯.୫୮ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିବା ନେଇ ପ୍ରକାଶ କରାଯାଇଥିଲା। ବିଶେଷକରି କୃଷି, ପାଇକାରୀ ବ୍ୟବସାୟ, ଏମ୍‌.ଏସ୍‌.ଏମ୍‌.ଇ. ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମୁଦ୍ରା ଯୋଜନା, ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ଋଣ ବ୍ୟବସ୍ଥା ପ୍ରଧାନମନ୍ତ୍ରୀ ଜନଜୀବନ ବୀମା ଯୋଜନା, ଅଟଳ ପେନସନ ଯୋଜନା ଭଳି ସାମାଜିକ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା। ଋଣ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମାଯୋଜନାରେ ୩୦୭୧ ହିତାଧିକାରୀ ତାଲିକାଭୁକ୍ତ ହୋଇଥିଲାବେଳେ ପ୍ରଧାନମନ୍ତ୍ରୀ ଜନଜୀବନ ବୀମା ଯୋଜନାରେ ୧୫୮୭ ଏବଂ ଅଟଳ ପେନସନ୍ ଯୋଜନାରେ ୫୯୯ ହିତାଧିକାରୀ ତାଲିକାଭୁକ୍ତ ହୋଇଥିବା ସୂଚନା ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.