Home ଜିଲ୍ଲା ପରିକ୍ରମା ଲିଙ୍ଗ ଆଧାରିତ ହିଂସା ବିରୋଧରେ ୧୬ ଦିନର ସଚେତନତା କାର୍ଯ୍ୟକ୍ରମ ଉଦ୍‌ଯାପିତ, ସମାଜସେବିକା ସତ୍ୟମଞ୍ଜରୀ ପାଢ଼ିଙ୍କୁ...

ଲିଙ୍ଗ ଆଧାରିତ ହିଂସା ବିରୋଧରେ ୧୬ ଦିନର ସଚେତନତା କାର୍ଯ୍ୟକ୍ରମ ଉଦ୍‌ଯାପିତ, ସମାଜସେବିକା ସତ୍ୟମଞ୍ଜରୀ ପାଢ଼ିଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧନା

0

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର , ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଫେଲୋସିପ୍‌, ଆସିୟାନା, ନୁହାସ, ଶକ୍ତିସଦନ ଆନୁକୂଲ୍ୟରେ ଅନୁଷ୍ଠିତ ଷୋଳ ଦିବସୀୟ ମହିଳା ଓ ବାଳିକାଙ୍କ ବିରୁଦ୍ଧରେ ହେଉଥିବା ହିଂସା ସଚେତନତା କାର୍ଯ୍ୟକ୍ରମରେ ଫେଲୋସିପ୍‌ର ସଭାପତି ଝରଣା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଭାଗୃହରେ ଉଦ୍‌ଯାପିତ ହୋଇଯାଇଅଛି । ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ଦିଲୀପ ରାଉତରାଏ, ମୁଖ୍ୟ ବକ୍ତା ଭାବେ ଫେଲୋସିପ୍‌ର ସମ୍ପାଦକ ଏସ୍‌.ଏମ.ଫାରୁକ, ସମ୍ମାନୀତ ଅତିଥିଭାବେ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ରୁପାଲି ମିତ୍ର, ସୁରକ୍ଷା ଅଧିକାରିଣୀ ଚନ୍ଦ୍ର ସାହୁ, ସୂଚନା ଲୋକସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଜିଲ୍ଲା ବିଜ୍ଞାନ ସୁପରଭାଇଜର ହିମାଦ୍ରୀ ବିଶ୍ୱାଳ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଉଦ୍‌ଯାପନୀ ସଭାରେ ଜିଲ୍ଲାପାଳ ସମାଜରେ ମହିଳା ଓ ବାଳିକାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ହିଂସା ବିରୁଦ୍ଧରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମକୁ ଭୁରିୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନେ ଏହାର କିପରି ଦୃଢ଼ ଭାବରେ ସାମ୍ନା କରିପାରିବେ ଏବଂ ସରକାରଙ୍କ ତରଫରୁ ସେମାନଙ୍କୁ ଆଇନ୍ ସହାୟତା ଯୋଗାଇଦିଆଯିବ ବୋଲି ମତ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଏସ୍‌.ଏମ.ଫାରୁକ୍ ନାରୀମାନେ ସୁରକ୍ଷିତ ରହିଲେ ଏ ସମାଜର ଅଧପତନ ଘଟିବ ନାହିଁ ବୋଲି କହିଥିଲେ। ତେଣୁ ଆମେ ସମସ୍ତେ ଦାୟିତ୍ୱବାନ ଓ ସଜାଗ ରହିଲେ ବହୁ ପରିମାଣରେ ମହିଳା ହିଂସା ଦୂରୀଭୂତ ହୋଇପାରିବ । ଅନ୍ୟାନ୍ୟ ଅତିଥିମାନେ ଆଜିର ସମାଜ ନାରୀଭିମୁଖୀ ହେବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ। ସମାଜର ଉନ୍ନତି ଓ କଲ୍ୟାଣ ପାଇଁ ନାରୀମାନଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିବ ଏବଂ ହୋଇପାରିଛି ମଧ୍ୟ । ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ହିଂସା ବିରୋଧି ମଂଚ ତରଫରୁ ସତ୍ୟମଞ୍ଜରୀ ପାଢ଼ୀ, ସମାଜସେବିକା, କୋଡ଼ଗମ୍ଭୀର, ଭଦ୍ରକଙ୍କୁ ରାଜ୍ୟ ବାହାରକୁ ଯୁବତୀ ଚାଲାଣ ରୋକିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ସମ୍ବର୍ଦ୍ଧନା କରାଯାଇଥିଲା । ପ୍ରକାଶଥାଉକି ଏହି ଷୋଳ ଦିବସୀୟ କାର୍ଯ୍ୟକ୍ରମ ଗତ ତା ୨୫.୧୧.୨୫ରିଖ ଠାରୁ ଆରମ୍ଭ ହୋଇଥିଲା । ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଯଥା ୱାନ୍ ଷ୍ଟପ୍ ସେଂଟର, ଭଦ୍ରକ ବ୍ଲକ ସଭାଗୃହ, ଭଦ୍ରକ ମ୍ୟୁନିସ୍‌ପାଲିଟ୍ ସଭାଗୃହ, ନନ୍ଦପୁର ଗ୍ରାମ, ନାରାୟଣଚନ୍ଦ୍ର ହାଇସ୍କୁଲ, ଭଦ୍ରକ, ଚରମ୍ପା ରେଲୱେ ଷ୍ଟେସନ, ଏସ୍‌.ପି. ଅଫିସ୍ ସଭାଗୃହ, ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟ, ହେଡ଼୍ ପୋଷ୍ଟ ଅଫିସ୍ ଛକ, ସାଳନ୍ଦୀ କଲେଜ, ସୋସାଇଟ୍ ଫର୍ ଉଇକର କମ୍ୟୁନିଟ୍ ହଲ୍‌, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାର୍ଯ୍ୟାଳୟ, ବନ୍ତ ଛକ, ଆସିୟାନା ଶକ୍ତି ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହିଳା ହିଂସା, ଲିଗାଲ୍ ଆୱରନେସ୍ ଏବଂ ଅଧିକାର, ଲିଙ୍ଗଗତ ସମାନତା, ସମୁଦାୟର ଭାଗିଦାରୀ, ଏଡ଼ସ୍ ସଚେତନତା, ଡ଼ିଜିଟାଲ୍ ସେପ୍ଟି ଏବଂ ସାଇବର ସଚେତନତା, ସୋସିଆଲ୍ ମିଡ଼ିଆ କ୍ୟାମ୍ପେନ୍‌, ଏଜୁକେସନ୍ ଫର୍ ଇକୁଆଲିଟି, ସାମାଜିକ ବ୍ୟାଧି, ସେପ୍ଟଟ୍ ଏଣ୍ଡ ସିକୁରିଟ୍‌,ସ୍ୱାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ପ୍ରଭୃତ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜକ ପୋଷଣ ସିରାଜ୍ ଅକ୍‌ତାର, ଜିଲ୍ଲା ସଂଯୋଜକ ମହିଳା ସଶକ୍ତି କେନ୍ଦ୍ର ସୂର୍ଯ୍ୟରଞ୍ଜନ ସାମଲ, ସଖୀ ୱାନ୍ ଷ୍ଟପ୍‌ର କେନ୍ଦ୍ର ପ୍ରଶାସିକା ପୁଷ୍ପାଞ୍ଜଳି ବେହେରା, ଆସିଆନାର ସଂଯୋଜକ ରିଆଜ୍ ଅହମଦ୍ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ସୁରକ୍ଷା ଅଧିକାରିଣୀ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.