Home ଜିଲ୍ଲା ପରିକ୍ରମା ଲିଙ୍ଗାଡ଼ି ନାଳ ସଂସ୍କାର ଓ ଫୁଟ୍ ବ୍ରିଜ୍ ନିର୍ମାଣ ପାଇଁ ଦାବି, ବାସୁଦେବପୁର ବିଧାୟକଙ୍କ ହସ୍ତକ୍ଷେପ...

ଲିଙ୍ଗାଡ଼ି ନାଳ ସଂସ୍କାର ଓ ଫୁଟ୍ ବ୍ରିଜ୍ ନିର୍ମାଣ ପାଇଁ ଦାବି, ବାସୁଦେବପୁର ବିଧାୟକଙ୍କ ହସ୍ତକ୍ଷେପ ପରେ ଡ୍ରେନେଜ ବିଭାଗର କ୍ଷେତ୍ରୀୟ ତଦନ୍ତ

25

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଲିଙ୍ଗାଡ଼ି ଗ୍ରାମ ନିକଟରେ ଥିବା ନାଳ ସଂସ୍କାର ଓ ଫୁଟ୍ ବ୍ରିଜ୍ ନିର୍ମାଣ ସହିତ ପାଶ୍ୱର୍ ପାଚେରୀ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ନିକଟରେ ଦାବି କରାଯାଇଥିଲା । ବିଧାୟକ ଶ୍ରୀ ରାଉତରାୟ ଡ୍ରେନେଜ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ତୁରନ୍ତ ପଦକ୍ଷେପ ପାଇଁ ଜଣାଇଥିଲେ । ଯାହାଫଳରେ ଗୁରୁବାର ପୂର୍ବାହ୍ନରେ ଡ୍ରେନେଜ ବିଭାଗର ଏସଡିଓ ସମ୍ବିତ କୁମାର ଶିଅଳ ଓ ସହକାରୀ ଯନ୍ତ୍ରୀ ରବିନ୍ ପରମାଣିକ ଲିଙ୍ଗାଡ଼ି ନାଳ ନିକଟରେ ପହଞ୍ôଚ କ୍ଷେତ୍ରୀୟ ତଦନ୍ତ କରିଛନ୍ତି । ଏହି ତଦନ୍ତ ସମୟରେ ଗଣେଶ ପ୍ରସାଦ ନାୟକ, ଗଙ୍ଗାଧର ରାଉତ, ରବିନ୍ଦ୍ର ରାଉତ, ବିଶ୍ୱନାଥ ରାଉତ, କାଳନ୍ଦୀ ଖଟୁଆ, ୱାର୍ଡ଼ସଭ୍ୟା ବିନୀ ମହଲ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯେ ଗୋପାଳିଆ କେନାଲର ଶେଷ ଭାଗରୁ ଲିଙ୍ଗାଡ଼ି ଗାଁ ପାଖ ଦେଇ ଏକ ନାଳ ରହିଛି । ଏହି ନାଳଟି ୧୦ବର୍ଷ ପୂର୍ବେ ଡ୍ରେନେଜ ବିଭାଗ ପକ୍ଷରୁ ଖୋଳା ଯାଇଥିଲା । ଏବେ ନାଳଟି ପୋତିପଡ଼ିଥିବା ଯୋଗୁ ବିଲରୁ ଜିଳ ନିଷ୍କାସନ ହୋଇପାରୁନାହିଁ । ଅପରପକ୍ଷେ ଗୋପାଳିଆ କେନାଲ ସଂସ୍କାର ହୋଇ ଗଭୀର ହୋଇଥିବା ବେଳେ ଏହି ନାଳଟି ସଂସ୍କାର ହୋଇ ପାରୁନଥିବାରୁ ବନ୍ୟା ସମୟରେ ଜଳ ନିଷ୍କାସନ ହୋଇପାରୁନାହିଁ । ଯାହାଫଳରେ ନାଳ ନିକଟରେ ଥିବା ଜମିରେ ପାଣି ଜମି ରହି ଧାନ ଫସଲ ନଷ୍ଟ କରୁଛି । ଏଥିସହିତ ନାଳରେ କ୍ଷମତା ବାହାରେ ପାଣି ହୋଇ ନାଳର ଆଡ଼ିବନ୍ଧ ଭାଙ୍ଗି ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇ ଚାଷ ଜମିରେ ଅନାବଶ୍ୟକ ବେଳେ ଜଳ ମାଡ଼ି ପସଲ ନଷ୍ଟ କରୁଛି । ଏ ସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.