ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାର ଓ ଆସିୟାନା ଫେଲୋସିଫର ମିଳିତ ଆନୁକୂଲ୍ୟରେ ପୁରୁଣାବଜାର ସ୍ଥିତ ନାରାୟଣ ଚନ୍ଦ୍ର ହାଇସ୍କୁଲ ସଭାଗୃହରେ ଫେଲୋସିପର ସଂପାଦକ ବରିଷ୍ଠ ସମାଜସେବୀ ଏସ.ଏମ. ଫାରୁକଙ୍କ ସଭାପତିତ୍ୱରେ ଲିଙ୍ଗ ଭିତିକ ହିଂସା ବିରୁଦ୍ଧରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ବାଳିକା ସଂଯୋଜକ ଇପ୍ସିତା ଯେନା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପ୍ରିୟଙ୍କା ପ୍ରିୟଦର୍ଶନୀ ବେହେରା, ଏ.ମ ବ୍ରେକ ର୍ଥ୍ରୋ ସାମାଜିକ ସଂଗଠନ ଭୁବନେଶ୍ୱର, ନିତ୍ୟାନନ୍ଦ ରାଉତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷା, ସମ୍ମାନିତ ଅତିଥି ଭାବେ ଶିକ୍ଷୟିତ୍ରୀ ସରସ୍ୱତୀ ନାୟିକା, ଶିକ୍ଷକ ସେକ୍ ସରିଫ୍, ସେକ୍ ମହମ୍ମଦ ହାପିଜୁଦ୍ଦିନ୍, ସଖି ୱାନ ଷ୍ଟପ ସେଂଟରର କେସ୍ ୱାର୍କର ପ୍ରିୟଙ୍କା ପ୍ରିୟଦର୍ଶନୀ, ମିର୍ଜାପୁର ଅଙ୍ଗନୱାର୍ଡୀ କର୍ମୀ ରେସମା ଖାତୁନ ପ୍ରମୁଖ ଯୋଗଦେଇ ସକାରାତ୍ମକ ପୁରୁଷତ୍ୱକୁ ପ୍ରୋତ୍ସାହିତ କରିବାସହ ଗୁରୁତ୍ୱରୋପ କରି ନାରୀ ଓ ପୁରୁଷ ସମ୍ମାନତା ଉପରେ ଆଲୋକପାତ କରିଥିଲେ। ସ୍ୱାଗତ ଭାଷଣ ଫେଲୋସିପ୍ ଶକ୍ତିସଦନର ସୁପରିଟେଣ୍ଡେଂଟ ଯୋଗମାୟା ଚାନ୍ଦ ଦେଇଥିବାବେଳେ ଆସିୟାନାର ସଂଯୋଗକ ରିଆଜ ଅହମ୍ମଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏନ.ସି. ହାଇସ୍କୁଲର ଛାତ୍ରଛାତ୍ରୀ ଏବଂ ମିର୍ଜାପୁର ୨୩ନମ୍ବର ୱାର୍ଡର କିଶୋରୀ ମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଫେଲୋସିପର ମୁସ୍ତରୀ ବେଗମ ଓ ଜ୍ୟୋତି ରଂଜନ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।








