ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପ୍ରଶାସନ ଭଦ୍ରକ ଓ ଫେଲୋସିପ୍, ଆସିୟାନା, ନୁହାସ୍, ଶକ୍ତିସଦନ ମିଳିତ ଆନୁକୂଲ୍ୟରେ ଫେଲୋସିପ୍ର ସମ୍ପାଦକ ସେକ୍ ମହମ୍ମଦ ଫାରୁକଙ୍କ ସଭାପତିତ୍ୱରେ ଷୋତଷ ଦିବସୀୟ ଲିଙ୍ଗଗତ ହିଂସା ଅଭିଯାନର ତୃତୀୟ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଭଦ୍ରକ ପୌରପାଳିକା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହିଥିରେ ମୁଖ୍ୟ ଅତିଥିଭାବେ ଭଦ୍ରକ ମ୍ୟୁନିସ୍ପାଲିଟିର ଅଧ୍ୟକ୍ଷା ଗୁଲମକ୍କୀ ହବିବ୍ ଏବଂ ଅତିଥିଭାବେ ୧୪ନଂ ୱାର୍ଡ଼ର କାଉନ୍ସିଲର ସେକ୍ ଜହିରୁଦ୍ଦିନ୍ , ୱାନ୍ ଷ୍ଟପ୍ର ସେଣ୍ଟର କେଶ୍ ୱାର୍କର ସସ୍ମିତା ପ୍ରିୟଦର୍ଶନୀ, ଆସିଆନ୍ର ସଂଯୋଜକ ରିଆଜ ଅହମଦ ପ୍ରମୁଖ ଯୋଗ ଦେଇ ଲିଙ୍ଗଗତ ବୈଶ୍ୟମତା, ସମାନତା ଓ ଟୋଲ୍ ଫ୍ର ହେଳ୍ପଲାଇନ୍ ନଂ ୧୮୧, ଜରୁରୀକାଳୀନ ସେବା ୧୧୨, ଚାଇଲ୍ଡ ହେପ୍ଲାଇନ୍ ୧୦୯୮ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଗୁଲମକ୍କୀ ହବି୍ବ୍ ତାଙ୍କ ବକ୍ତବ୍ୟରେ ଆଜିର ସମାଜରେ ମହିଳାମାନେ କିପରି ବିଭିନ୍ନ ହିଂସାରେ ପୀଡ଼ିତ ହେଉଛନ୍ତି ତାହା ଉପସ୍ଥିତ ମହିଳାମାନଙ୍କୁ ବୁଝାଇଥିଲେ । ସଭାପତି ଏସ୍.ଏମ୍.ଫାରୁକ ତାଙ୍କ ବକ୍ତବ୍ୟରେ କୌଣସି ପ୍ରକାର ହିଂସାକୁ ସହ୍ୟ ନକରି ବିଭିନ୍ନ ହେଲ୍ପ ଲାଇନ୍ ନମ୍ବରରେ ଯୋଗାଯୋଗ କରିବା ସହିତ ଆଇନ୍ର ସହାୟତା ନେବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅର୍ବାନ ଲୋକାଲ୍ ଅଫିସିଆଲ୍ , ଏସ୍.ଏଚ୍.ଜି.ଗ୍ରୁପ୍, ମିଶନ ଶକ୍ତି ଫେଡ଼େରେସନ୍ , ଲୋକାଲ୍ ଏନ୍.ଜି.ଓ ସହିତ ସର୍ବସାଧରଣ ମହିଳାମାନେ ଯୋଗଦାନ କରିଥିଲେ । ସ୍ୱାଗତ ଭାଷଣ ଶକ୍ତିସଦନର ସୁପରିଟେଣ୍ଡଂଟଣ୍ଟ ଯୋଗାମାୟା ଚାନ୍ଦ ପ୍ରଦାନ କରିଥିବା ବେଳେ ଫେଲୋସିପ୍ ଶକ୍ତି ସଦନର ଏକାଉଟାଂଟ ଲିପ୍ସା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।








