Home ଜିଲ୍ଲା ପରିକ୍ରମା ଲାୟନ୍ସ କ୍ଲବ ତରଫରୁ କମ୍ବଳ ବଣ୍ଟନ

ଲାୟନ୍ସ କ୍ଲବ ତରଫରୁ କମ୍ବଳ ବଣ୍ଟନ

21

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲାୟନ୍ସ କ୍ଳବ ଭଦ୍ରକ ପକ୍ଷରୁ କୋଡବରୁଆଁ ପଞ୍ଚାୟତର ପଲ୍ଲୀ ଗ୍ରାମରେ ଲାୟନ୍ସ କ୍ଲବ ଭଦ୍ରକ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି । ପଲ୍ଲୀ ଗ୍ରାମ ସ୍ଥିତ ସତ୍‌ସଂଗ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ କ୍ଲବର ସଭାପତି ସମାଜସେବୀ ଅଶୋକ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ କ୍ଳବର ସଦସ୍ୟ ପ୍ରକାଶ ଜେନା, ଓମ୍ ଗୁପ୍ତା, ସମ୍ପାଦକ ସରୋଜ ଦାସ, ଅଶୋକ ପଟ୍ଟନାୟକ, ପ୍ରୀତିରଂଜନ ଦାସ, ନିରଞ୍ଜନ ଗୁପ୍ତା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ପଞ୍ଚାୟତ ତରଫରୁ ରତ୍ନାକର ପ୍ରଧାନ, ପୂର୍ବତନ ସରପଞ୍ଚ ଶେଷଦେବ ପରିଡା ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.