Home ଜିଲ୍ଲା ପରିକ୍ରମା ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନର ୧୪ତମ ଅଧିଷ୍ଠାନ ଦିବସ

ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନର ୧୪ତମ ଅଧିଷ୍ଠାନ ଦିବସ

15

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ‘ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନ’ ର ୧୪ତମ ଅଧିଷ୍ଠାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନୂତନ କର୍ମକର୍ତା ଭାବେ ପଦ୍ମନ କୁମାର ରାୟ ସଭାପତି, ବୈଲୋଚନ ବେହୁରିଆ ସଂପାଦକ, ଡ. ନାରାୟଣ ଚନ୍ଦ୍ର ମିଶ୍ର କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ସଭାପତି ସତ୍ୟେନ୍ଦୁ କୁମାର ରାୟମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲା ଉପ ଗଭର୍ଣ୍ଣର ମମତା ଦାଶ ମୁଖ୍ୟ ଅତିଥି, ଜିଲା ମେଂଟର ପୂର୍ବତନ ଗଭର୍ଣ୍ଣର ପ୍ରକାଶ ଚନ୍ଦ୍ର ଜେନା, ରିଜିଅନ ଚେୟାରମେନ୍ ପ୍ରଭାତ କୁମାର ଧଳ, ଜୋନ୍ ଚେୟାରମେନ୍ ଅଶୋକ କୁମାର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ଲବ୍‌ର ଆଭିମୁଖ୍ୟ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏଥିସହ ଏହି କ୍ଲବ୍ ସମାଜସେବା କ୍ଷେତ୍ରରେ କେବଳ ଆମ ଜିଲା ନୁହେଁ ସମଗ୍ର ବିଶ୍ୱରେ ଯେଭଳି ନିଜର ସୁଖ୍ୟାତି ପ୍ରତିଷ୍ଠା କରିପାରିଛି, ତାହାର ବିବରଣୀ ପ୍ରଦାନ କରିଥିଲେ । ବରିଷ୍ଠ ଲାୟନ ଆଇନ୍‌ଜୀବୀ ପର୍ଶୁରାମ ଦ୍ୱିବେଦୀ ସଭା ପରିଚାଳନା କରିଥିବାବେଳେ ଏହି ଅବସରରେ ଯାଜପୁର ମେଡିକାଲ କଲେଜର ଆସୋସିଏଟ୍ ପ୍ରଫେସର ଡ. ପ୍ରିୟରଂଜନ ବାରିକ ଓ ଭଦ୍ରକ ସିଆରଏସ୍‌ଆରର ନିର୍ଦ୍ଦେଶକ ଡ. ଭଗବାନ ପରିଡାଙ୍କୁ ସେମାନଙ୍କର ସେବା ପାଇଁ କ୍ଲବ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ଲାୟନ୍ସ କ୍ଲବ୍ ଭଦ୍ରକ, ରୋଟାରୀ କ୍ଲବ୍ ଓ ବହୁ ଅନୁଷ୍ଠାନର କର୍ମକର୍ତାଙ୍କ ସମେତ ରାଜନେତା ଅଜୟ ନାୟକ, ଶିକ୍ଷାବିତ୍ ଶାନ୍ତନୁ କୁମାର ରାଉତ, ବରିଷ୍ଠ ନାଗରିକ ଓ ମହାସଂଘର ସଂପାଦକ କୈଳାସ ଚନ୍ଦ୍ର ମହାପାତ୍ର, ଅଧ୍ୟାପକ ବିଜୟ କୁମାର ନାୟକ, ପୂର୍ବତନ ଯନ୍ତ୍ରୀ ଦିଲ୍ଲୀପ ଜେନା, ପୂର୍ବତନ ଶିକ୍ଷା ଅଧିକାରୀ ଗୟାଧର ପଣ୍ଡା ଏବଂ କ୍ଲବ୍‌ର ସଦସ୍ୟ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ଗୀତାଞ୍ଜଳି ଦ୍ୱିବେଦୀ, ତିଳୋତମା ପଣ୍ଡା, ପ୍ରଦୀପ କୁମାର ସାବତ, ଅମର ମହାନ୍ତି, ବର୍ଷା ମଙ୍ଗଳ ସନ୍ଧ୍ୟା ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଲାୟନ୍ସ ପ୍ରତାପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.