Home ଅପରାଧ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଲେ ବରିଷ୍ଠ କିରାଣୀ

ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଲେ ବରିଷ୍ଠ କିରାଣୀ

396

ଭୁବନେଶ୍ଵର,୨୨/୧୦,(ଓଡ଼ିଆ ପୁଅ ପି ନାୟକ): ଏକ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ସିନିୟର୍ କିରାଣୀ ବିଷ୍ଣୁ ଚରଣ ମଲ୍ଲିକ । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି । କାମ କରାଇବା ପାଇଁ ବରିଷ୍ଠ ଅଧିକାରୀ ମାନେ ଲାଞ୍ଚ ମାଗୁଛନ୍ତି । ସରକାର ଦୁର୍ନୀତି ମୁକ୍ତ ଦେଶ କରିବାକୁ ଚାହୁଁଥିବା ବେଳେ ଏପଟେ ଏହି କାରନାମା ବନ୍ଦ ହେଉନାହିଁ । ତେବେ , ସୂଚନା ଅନୁସାରେ, ମେଡିକାଲର ଆମ୍ବୁଲାନ୍ସ ଡ୍ରାଇଭର ବୈରାଗୀ ବେହେରାଙ୍କଠାରୁ ଜିପିଏଫ ଅର୍ଥ ଦୁଇ ଲକ୍ଷ ଟଙ୍କା ପାସ୍ କାରାଇଦେବା ପାଇଁ ଲାଞ୍ଚ ମାଗିଥିଲେ ବିଷ୍ଣୁ । ପରେ ପୂର୍ବ ସୂଚନା ମୁତାବକ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.