Home ଜିଲ୍ଲା ପରିକ୍ରମା ଲାଗିଲା ଅଗ୍ନି ନିର୍ବାପକ ଯନ୍ତ୍ର ରଣପୁର ଥାନା ଏବେ ସୁରକ୍ଷିତ

ଲାଗିଲା ଅଗ୍ନି ନିର୍ବାପକ ଯନ୍ତ୍ର ରଣପୁର ଥାନା ଏବେ ସୁରକ୍ଷିତ

79

ନୟାଗଡ ୦୪/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ସାରା ରାଜ୍ୟରେ ବିଦ୍ୟୁତ ସର୍ଟ ସକ୍ରିଟ୍ ହୋଇ ବିଭିନ୍ନ ଜାଗାରେ ଅଗ୍ନିକାଣ୍ଡ ଘଟୁଥିବା ଦେଖିବାକୁ ମିଳୁଛି। ଏପରିକି ଥାନା ମାଲଖାନା ବି ବାଦ୍ ପଡୁନି। ତାକୁ ଦୃଷ୍ଟିରେ ରଖି ରଣପୁର ଥାନାରେ ଅଗ୍ନି ନିର୍ବାପକ ଯନ୍ତ୍ର ଫେବୃୟାରୀ ୪ ତାରିଖ ଅପରାହ୍ନରେ ଲାଗିଥିବା ଜଣାପଡିଛି। ଭୁବନେଶ୍ୱର ଗେନ୍‌ବୋ ଇଣ୍ଡିଆ ର ମ୍ୟାନେଜର ପ୍ରକାଶ ଚନ୍ଦ୍ର ଦାଶ କୈାଣସି କାରଣ ନେଇ ରଣପୁର ଥାନା କୁ ଆସିଥିଲେ।

ଅଗ୍ନି ନିର୍ବାପକ ଯନ୍ତ୍ର ଲାଗିନଥିବା ଦେଖି ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ସୈାଜନ୍ୟତା ଦୃଷ୍ଟିରୁ ରଣପୁର ଥାନାରେ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଇବେ ବୋଲି କହିଥିଲେ। ଥାନାରେ ଅଗ୍ନି ନିର୍ବାପକ ଯନ୍ତ୍ର ଲାଗିବା ଯୋଗୁଁ ମାଲଖାନା ସୁରକ୍ଷିତ ରହିବା ସହ ଥାନାକୁ ଆସୁଥିବା ଲୋକ ଓ ଥାନା କର୍ମଚାରୀ ସୁରକ୍ଷିତ ରହିବେ ବୋଲି ଥାନା ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.