Home ଜିଲ୍ଲା ପରିକ୍ରମା ଲମ୍ବୁଛି ଆବାସ ଯୋଜନା ଅଭିଯୋଗ ଫର୍ଦ୍ଦ

ଲମ୍ବୁଛି ଆବାସ ଯୋଜନା ଅଭିଯୋଗ ଫର୍ଦ୍ଦ

56

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ପକ୍ଷରୁ ପ୍ରସ୍ତୁତ ଫୋନି ବାତ୍ୟା କ୍ଷତିଗ୍ରସ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ତାଲିକାର ବାସ୍ତବତା ବିରୋଧରେ ଅଭିଯୋଗ ତେଜିବାରେ ଲାଗିଛି । ଫୋନି କ୍ଷତିଗ୍ରସ୍ତ ତାଲିକା ଆବାସ ହିତାଧିକାରୀ ତାଲିକା ପୂର୍ବରୁ ବ୍ଲକ ଦ୍ୱାରା ପ୍ରସ୍ତୁତ ତାଲିକାକୁ ଏଡାଇଯାଇ ନୂତନ ଦଲାଲ ଭିତ୍ତିକ ତାଲିକା ପ୍ରସ୍ତୁତ କରାଯାଛି । ଏହା ଦ୍ୱାରା ବହୁ ଅଯୋଗ୍ୟଙ୍କୁ ହିତାଧିକାରୀ ଭାବେ ନିର୍ବାଚନୀ ଆବାସ ଯୋଗାଣ ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି ବୋଲି ବ୍ଲକର ପ୍ରତି ଗ୍ରାମରୁ ଅଭିଯୋଗ ହେବାରେ ଲାଗିଛି । ବିଭିନ୍ନ ସାମାଜିକ ଗଣମାଧ୍ୟମର ଉପଯୋଗ କରି ସିଧାସଳଖ ଅଭିଯୋଗ ଜିଲ୍ଲାପାଳଙ୍କୁ କରାଯାଉଛି । ଜିଲ୍ଲାପାଳ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପକ୍ଷରୁ ସ୍ଥାନୀୟ ବିଡିଓଙ୍କୁ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବାକୁ ବହୁ ନିର୍ଦ୍ଦେଶ ବି ଦିଆଯାଉଛି । ଷୋଳମପୁର ପଞ୍ଚାୟତ ବିରୋଳି ଗ୍ରାମର ସାମାଜିକ କର୍ମୀ ଆଲୋକ ଜେନା ଟୁଇଟ ଯୋଗେ ଏଭଳି ଅଭିଯୋଗ ଆଣିବା ପରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅନୁରୂପ ପଦକ୍ଷେପ ଗ୍ରହଣ କରିଛନ୍ତି । ଅଭିଯୋଗ ଅନୁଯାୟୀ ଜରାଜୀର୍ଣ୍ଣ ବାସଗୃହରେ ଜୀବନ ବିତାଉଥିବା ଗ୍ରାମର ଦଳିତ ପରିବାର ଭାବେ ରଞ୍ଜିତା ଯେନା ୭୫ ପ୍ରତିଶଦ ଭିନ୍ନକ୍ଷମ ଓ ସେ ଗୃହ ନିର୍ମାଣ ସହାୟତା ପାଇଁ ଅପେକ୍ଷାରେ ଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ତାଲିକାରୁ ବାଦ ପଡିଛନ୍ତି । ସେହିପରି ଶଙ୍କର୍ଷଣ ଯେନା, ଗୌରାଙ୍ଗ ଯେନା, ମଧୁସୂଦନ ଯେନା, ଦଶରଥ ଯେନା, ଶ୍ରୀଧର ଯେନା ପ୍ରମୁଖ ପୂର୍ବ ତାଲିକାରେ ଆବାସ ଗୃହ ଅପେକ୍ଷାରେ ଥିବା ବେଳେ ଫୋନି କ୍ଷତିଗ୍ରସ୍ତ ତାଲିକାରୁ ବାଦ ପଡିଛନ୍ତି । ଏହିମାନଙ୍କ ବଦଳରେ ଗ୍ରାମର ଦୋତାଲା ଓ ମାର୍ବଲ କୋଠା ଘର ଥିôବା ଛଅ ଜଣ ବ୍ୟକ୍ତି ଫୋନି କ୍ଷତିଗ୍ରସ୍ତ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ଘର ହାତେଇନେବାକୁ ଅର୍ଥ ଓ ରାଜନୈତିକ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.