Home ଓଡ଼ିଶା ଲଜ୍ଜା : ଲଇଡାରେ ୧୮ବର୍ଷର ଦିବ୍ୟାଙ୍ଗ ଝିଅଙ୍କୁ ଦୁଷ୍କର୍ମ

ଲଜ୍ଜା : ଲଇଡାରେ ୧୮ବର୍ଷର ଦିବ୍ୟାଙ୍ଗ ଝିଅଙ୍କୁ ଦୁଷ୍କର୍ମ

350

ସମ୍ବଲପୁର, ୨୮-୫ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜିଲ୍ଲା କତରବଗା ଥାନା ଲଇଡା ଫାଣ୍ଡି ଅନ୍ତର୍ଗତ ରଙ୍ଗଟିକ୍ରା ଗ୍ରାମରେ ବୁଧବାରଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦିନ ୯ଟା ସମୟରେ ରଙ୍ଗଟିକ୍ରା ରେ ଥିବା ଲଇଡା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ପଛପଟେ ରହୁଥିବା ଏକ ହରିଜନ ପରିବାରର ଆଜନ୍ମ ପୋଲିଓ ଆକ୍ରାନ୍ତ ଦିବ୍ୟାଙ୍ଗ ବାଳିକାକୁ ରଙ୍ଗଟିକ୍ରା ଗ୍ରାମର ନିତ୍ୟାନନ୍ଦ ମହାନନ୍ଦ ନାମକ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇ କୋର୍ଟ ଚାଲାଣ ହୋଇଛନ୍ତି।

ସୂଚନା ଅନୁସାରେ ଆଜି ସକାଳେ ବାଳିକା ଜଣକ ଏକୁଟିଆ ଘରେ ଥିବା ବେଳେ ନିତ୍ୟାନନ୍ଦ ଘରକୁ ପଶି ବାଳିକାଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା। ପୀଡିତାର ବାପା ଘରକୁ ଫେରିଲା ପରେ ଘଟଣା ସଂକ୍ରାନ୍ତରେ ଝିଅଠାରୁ ଜାଣିବାକୁ ପାଇଥିଲେ। ଏହା ପରେ ପୀଡିତାଙ୍କ ବାପା ଲାଇଡା ଫାଣ୍ଡିକୁ ଯାଇ ନିତ୍ୟାନନ୍ଦ ବିରୋଧରେ ଏତଲା ଦେଇଥିଲେ। ଫାଣ୍ଡି ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ କତରବଗା ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କୁ ଘଟଣା ବାବଦରେ ଅବଗତ କରାଇ ଲଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୀଡିତା ଏବଂ ଅଭିଯୁକ୍ତର ଡାକ୍ତରୀ ମାଇନା କରାଇଥିଲେ। ଘଟଣାକୁ ନେଇ ଅଂଚଳରେ ତୀବ୍ର ଉଦବେଗ ପ୍ରକାଶ ପାଇବା ସହିତ ଅଭିଯୁକ୍ତ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବାକୁ ଦାବି ହୋଇଛି। ଲଇଡା ସରପଞ୍ଚ ଯୁଗଳ କିଶୋର ସାହୁ ଏହି ଘଟଣାର ତୀବ୍ର ନିନ୍ଦା କରିବା ସହ ପୀଡିତାର ପରିବାରକୁ ଭେଟି ସମବେଦନା ବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.