Home ଜିଲ୍ଲା ପରିକ୍ରମା ଲଘୁଚାପ ଜନିତ ଲଗାଣ ବର୍ଷାରେ ବୈତରଣୀକୁ ଧସିଲା ୨ ଶହ ଫୁଟ୍‌ର ସୁରକ୍ଷା ବନ୍ଧ, ସମୁଦ୍ର...

ଲଘୁଚାପ ଜନିତ ଲଗାଣ ବର୍ଷାରେ ବୈତରଣୀକୁ ଧସିଲା ୨ ଶହ ଫୁଟ୍‌ର ସୁରକ୍ଷା ବନ୍ଧ, ସମୁଦ୍ର ଜୁଆର ଢେଉରେ କୂଳ ଲଂଘୁଛି ବୈତରଣୀ, ୨୦ନଂ ଜାତୀୟ ରାଜପଥ ବିପଦରେ

22

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୩ ଦିନ ହେବ ଲଘୁଚାପ ଜନିତ ଲଗାଣ ବର୍ଷା ଓ ଧାମରା ନିକଟରେ ଅଶାନ୍ତ ସମୁଦ୍ରରୁ ଉଠୁଥିବା ଉଚ୍ଚ ଜୁଆର ଯୋଗୁଁ ତଳମୁଣ୍ଡ ଆରଡି ଅଂଚଳରେ ବୈତରଣୀ ଓ ସାଳନ୍ଦୀ ନଦୀ ଉଛୁଳି ୨୦ନଂ ଜାତୀୟ ରାଜପଥ ବିପଦ ଆଡକୁ ଗତିକରୁଛି । ଉଚ୍ଚ ଜୁଆର ପାଣିରେ ବୈତରଣୀ ନଦୀ ବୋଡକ ଓ ଷାଠିବାଙ୍କୁଡା ନିକଟରେ କୂଳ ଲଂଘିବା ଫଳରେ ସୁରକ୍ଷା ବନ୍ଧରୁ ପ୍ରାୟ ୨ ଶହ ଫୁଟ୍‌ର ମାଟି ଅତଡା ନଦୀଗର୍ଭକୁ ଚାଲିଯାଇଛି । ଏପରିକି ଜୁଆର ଢେଉ ଓ ବର୍ଷା ସମୟରେ କୂଳରୁ ଅତଡା ଖସୁଥିବାରୁ ବୈତରଣୀ କୂଳ ଦେଇ ଯାଇଥିବା ଆଖଣ୍ଡଳମଣି-କୁଆଖିଆ ୨୦ନଂ ଜାତୀୟ ରାଜପଥ ବୋଡକ ଗାଁ ନିକଟରେ ୨ ଫୁଟ୍ ଦବିଯିବା ସହ ବଡ ବଡ ଖାଲ ସୃଷ୍ଟି ହୋଇ ବର୍ଷାପାଣି ଜମି ରହିଛି । ଯାହାଫଳରେ ଯାତାୟତରେ ବହୁ ଅସୁବିଧା ଦେଖାଯାଇଥିବାବେଳେ ଆଗକୁ ଯଦି ବୈତରଣୀ ନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଦେଖାଦିଏ, ତେବେ ଏହି ରାସ୍ତା ବିଚ୍ଛିନ୍ନ ହେବାର ଆଶଙ୍କା ରହିଛି । ପୂର୍ବରୁ ଏହି ସ୍ଥାନରେ ବାରମ୍ବାର ରାସ୍ତାଟି ନଦୀକୁ ଧସୁଥିଲେ ମଧ୍ୟ ଜଳସେଚନ ବିଭାଗ କିମ୍ବା ଜାତୀୟ ରାଜପଥ ବିଭାଗ ପକ୍ଷରୁ ସ୍ଥାୟୀ ମରାମତି କରାଯାଉନଥିବାରୁ ବର୍ଷାଦିନ ଆସିଲେ ଦୀର୍ଘଦିନ ଧରି ଏହି ରାସ୍ତାରେ ବର୍ଷାପାଣି ଓ ବନ୍ୟାପାଣି ପ୍ରବାହିତ ହେବା ଦ୍ୱାରା ସ୍ଥାନୀୟ ଅଂଚଳବାସୀ ଜଳବନ୍ଦୀ ରହିବା ସହ ୨ଟି ଜିଲା ମଧ୍ୟରେ ଯାତାୟତ ଠପ୍ ହୋଇଯାଉଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.