Home ଜିଲ୍ଲା ପରିକ୍ରମା ଲଘୁଚାପ ଜନିତ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ, ବର୍ଷା ଜଳ ଘରେ ଲହଡ଼ି ମାରୁଚି, ‘ଜ ‘...

ଲଘୁଚାପ ଜନିତ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ, ବର୍ଷା ଜଳ ଘରେ ଲହଡ଼ି ମାରୁଚି, ‘ଜ ‘ ନଦୀରେ ବନ୍ୟା।

24

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଅଂଚଳ ରେ ଦୀର୍ଘ ୧୫ ଦିନ ହେବ ଅହରହ ବର୍ଷା ଦ୍ୱାରା ଚାଷ ଜମିର ବର୍ଷା ଜଳ ଭରି ରହିଛି। ମଝିରେ ଟିକିଏ ବର୍ଷା ଛାଡିବା ଦ୍ୱାରା ଚାଷୀମାନେ ଧାନ ତଳି ପକାଇ ଥିଲେ ହେଲେ ସୋମବାର ପୁଣି ଲଘୁଚାପ ରେ ବର୍ଷାହେବାଦ୍ୱାରା ଧାମନଗର ବ୍ଲକ ରେ ବିଭିନ୍ନ ଅଞ୍ଚଳ ର ଚାଷଜମି ରେ ବର୍ଷା ଜଳ ଭରି ଯିବାରୁ ଧାନତଳି ନଷ୍ଟ ହୋଇ ଯାଇଛି ପୂର୍ବରୁ ଧାନତଳି ନଷ୍ଟ ହୋଇ ଯାଇଛି। ରବିବାର ରାତି ଓ ସୋମବାର ଦିନ ୧୨ ଟା ଯାଏ ପ୍ରବଳ ରୁ ଅତି ପ୍ରବଳ ବର୍ଷାଦ୍ୱାରା ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ।ଧାମନଗର ସ୍ଥିତ ହବିବି ନଗର ରେ ସାହାସିରାଦୁନି,ସେକ ଗୋଲାମ, ସାହାସଇଫୁଦିନି, ସେକ ଗଫୋ, ସେକ ସୌକତଅଲୀ, ସେକ ହମନ୍ , ସେକ କାବୁଲାଲ ଙ୍କ ଘରେ ବର୍ଷାଜଳ ଲହଡ଼ି ମାରୁଛି ।ଖବରପାଇ ଧାମନଗର ଏନଏସି ତରଫରୁ ଜଳ ନିଷ୍କାସନ ପାଇଁ ଉଦ୍ୟମ ଜାରି ରଖିଥିଲେ ।ସେହିପରି ବର୍ଷା ଜଳ ରେ ‘ଜ ‘ ନଦୀ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଚି।ବିଭିନ୍ନଚାଷଜମି ରେ ଓ ଦାଣ୍ଡ ବାଡିରେ ବର୍ଷାଜଳ ମାଡ଼ି ଯାଇଚି।ସୋମବାର ଦିନ ୫’୩୦ ସୁଦ୍ଧା ଚମ୍ପୁଆ ରେ ୦,୬ ମିଲିମିର, ସୋମପାଟଣା ରେ ୩,୪ ମିଲିମିଟର, ଆନନ୍ଦପୁର ରେ ୧୫,୪ ମିଟର ବର୍ଷା ହୋଇ ଥିବାର ରେକର୍ଡ କରା ଯାଇଚି। ତେବ ଆସନ୍ତା ଦୁଇଦିନ ମନ୍ଧ୍ୟାରେ ଯଦି ଉପର ମୁଣ୍ଡରେ ବର୍ଷା ହୁଏ ତେବେ ବୈତରଣୀ ନଦୀ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଧାମନଗର ଜଳସେଚନ ବିଭାଗ ର ଏସ ଡି ଓ କିଶୋର ଦାସ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.