Home ଜିଲ୍ଲା ପରିକ୍ରମା ଲଗାଣ ବର୍ଷା ଯୋଗୁ ତଳମୁଣ୍ଡରେ ଉଛୁଳୁଛି ବୈତରଣୀ ଓ ସାଳନ୍ଦୀ ନଦୀ,ସାଳନ୍ଦୀ ନଦୀରେ ଭର୍ତି ହୋଇଥିବା...

ଲଗାଣ ବର୍ଷା ଯୋଗୁ ତଳମୁଣ୍ଡରେ ଉଛୁଳୁଛି ବୈତରଣୀ ଓ ସାଳନ୍ଦୀ ନଦୀ,ସାଳନ୍ଦୀ ନଦୀରେ ଭର୍ତି ହୋଇଥିବା ମଇଁଶିଆ ଦଳ ଭାସି ଆସିଲା

10

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଗତ ୩ଦିନ ଧରି ଲଗାଣ ବର୍ଷା ପ୍ରଭାବରେ ତଳମୁଣ୍ଡରେ ଅର୍ଥାତ ଆରଡିର ତଳିଆ ଅଂଚଳରେ ଉଛୁଳିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ। ନଦୀ ଉଛୁଳିଥିଲେ ମଧ୍ୟ ବନ୍ୟା ଆଶଙ୍କା ନାହିଁ, ହେଲେ ତଳିଆ ଜମି ସବୁ ଜଳାର୍ଣ୍ଣାଭ ହୋଇଛି। ଅନ୍ୟପଟେ ମୌସୁମୀ ଓ ଲଘୁଚାପ ପ୍ରଭାବରେ ପୂର୍ବାଳି ପବନ ଯୋଗୁ ସମୁଦ୍ର ଅଶାନ୍ତ ହୋଇପଡିଥିବାରୁ ଧାମାରା ମୁହାଣ ନିକଟରୁ ଉଠୁଛି ଉଚ୍ଚ ଜୁଆର। ଯାହାଫଳରେ ଉଭୟ ବର୍ଷା ଓ ଜୁଆରପାଣିରେ ଫୁଲିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ। ଏପରିକି ଉପରମୁଣ୍ଡରେ ସାଳନ୍ଦୀ ନଦୀରେ ଭର୍ତି ହୋଇ ରହିଥିବା ମଇଁଶିଆ ଦଳ ଭାସି ଆସିବାରୁ ଆରଡି ତିନିତର ନଦୀଘାଟରେ ଜମାଟ ବାନ୍ଧିବାରୁ ଯାତ୍ରୀ ପରିବନ ବାଧାପ୍ରାପ୍ତ ହୋଇଥିଲା। ଦଳ ଏପରି ଭର୍ତି ହୋଇଥିଲା ମଟର ଚାଳିତ ବୋଟ ଯାଆଆସ କରିପାରିନଥିଲା । ଫଳରେ ନଦୀର ଉଭୟ ପାର୍ଶ୍ୱରେ ଅଟକି ରହିଥିଲେ ଶହଶହ ଯାତ୍ରୀ । ବିଶେଷକରି ସୋମବାର ଥିବାରୁ ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଆସିଥିବା ବହୁ ଶ୍ରଦ୍ଧାଳୁଭକ୍ତ ମଧ୍ୟ ତିନିତର ଘାଟ ନିକଟରେ ଦୀର୍ଘ ଘଂଟା ଧରି ଅଟକି ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.