Home ଜିଲ୍ଲା ପରିକ୍ରମା ଲଗାଣ ବର୍ଷା ଧୋଇ ଦେବ ଆତରା ତଳି, ଚିନ୍ତାରେ ଚାଷୀକୂଳ,ମାଗଣା ବିହନ ଯୋଗାଇ ଦେବାକୁ ଦାବି

ଲଗାଣ ବର୍ଷା ଧୋଇ ଦେବ ଆତରା ତଳି, ଚିନ୍ତାରେ ଚାଷୀକୂଳ,ମାଗଣା ବିହନ ଯୋଗାଇ ଦେବାକୁ ଦାବି

15
filter: 0; fileterIntensity: 0.0; filterMask: 0; module: h; hw-remosaic: 0; touch: (-1.0, -1.0); modeInfo: ; sceneMode: Auto; cct_value: 0; AI_Scene: (23, -1); aec_lux: 57.265564; hist255: 0.0; hist252~255: 0.0; hist0~15: 0.0;

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ତିହିଡ଼ି ବ୍ଲକର ଅଧିକାଂଶ ପଂଚାୟତ ଖରିଫ୍ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି। ଖରିଫ୍ ଧାନରୁ ସେମାନେ ନିଜର ଅତ୍ୟାବଶ୍ୟକ ଗୁଜୁରାଣ ମେଣ୍ଟାଇବା ସହିତ ଝିଅ ବାହାଘର ମଧ୍ୟ କରିଥାନ୍ତି। ମାତ୍ର ଚଳିତ ବର୍ଷ ପାଗର ପ୍ରତିକୂଳ ଅବସ୍ଥା ପାଇଁ ଚାଷୀମାନେ ବତୁରି ତଳା ପକାଇବା ସମ୍ଭବ ହୋଇ ପାରିନଥିଲା। ରଜ ପରେ ସାମାନ୍ୟ ବର୍ଷା ହେବାରୁ ଚାଷୀମାନେ ବିହନ କିଣି ଆତରା ତଳା ପକାଇଥିଲେ। ଗତ ୨୩ ତାରିଖ ଠାରୁ ୨୮ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଲଗାଣ ବର୍ଷା ହେଉଥିବାରୁ ଆତରା ତଳି ବିଲ ବର୍ଷା ପାଣିରେ ଉଛୁଳି ପଡ଼ିଛି। ଦେଖିଲା ଯେପରି ବନ୍ୟା ପରି ଲାଗୁଛି। ପାଣିପାଗ ସୂଚନା ଅନୁସାରେ ଆଗାମୀ ୨ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଲାଗି ରହିବ ବୋଲି ଜଣା ପଡ଼ିଛି। ଏପରି ବର୍ଷା ହେଲେ ଆତରା ତଳି ନିଶ୍ଚିତ ସମ୍ପୂର୍ଣ୍ଣ ନଷ୍ଟ ହେବ। ଚାଷୀ ତର ତର ବଣିଜ ମଠ କଥାରେ ଚାଷୀମାନେ ଚାଷ କରିବା ପାଇଁ ତରବରିଆ ଭାବରେ ଆତରା ତଳା ପକାଇଥିଲେ। ମାତ୍ର ପ୍ରକୃତି ସେମାନଙ୍କ ପାଇଁ ଦାଉ ସାଦିଛି। ଯାହାଫଳରେ ଚାଷୀମାନେ ଆଗକୁ ପୁଣି ବିହନ କିଣି ଆତରା ପକାଇବା କଷ୍ଟକର ହୋଇ ପଡ଼ିବ। ଯେଉଁଥି ପାଇଁ ଚାଷୀକୂଳ ଚିନ୍ତାରେ ପଡ଼ି ଯାଇଛି। ଅଧିକ ଅମଳ ପାଇଁ ଚାଷୀ ସରକାରୀ ମୂଲ୍ୟରେ ବିହନ କିଣି ତଳି ପକାଇଥିଲା। ଯଦି ଆତରା ତଳି ନଷ୍ଟ ହେଉଛି ତା’ହେଲେ ଚାଷୀ ପୁଣି ଅଧିକ ମୂଲ୍ୟରେ ବିହନ କିଣିବାକୁ ସକ୍ଷମ ହୋଇ ପାରିବ ନାହିଁ। ଧାନ ତଳି ପକାଇବା ଆରମ୍ଭରୁ ଏପରି ପରିସ୍ଥିତି ସୃଷ୍ଟି ହେବା ଚଳିତ ବର୍ଷ ଖରିଫ୍ ଚାଷ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଆଲୋଚନା ହେଉଛି। ଚଳିତ ବର୍ଷ ୨୦ହଜାର ୫୬୦ ହେକ୍ଟର ଜମିରେ ଖରିଫ୍ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସେଥି ପାଇଁ ୧୫୦୦ ହେକ୍ଟର ଜମିରେ ଧାନ ତଳି ପଡ଼ିବାକୁ ଥିଲାବେଳେ ୫ ହଜାର ହେକ୍ଟର ଜମିରେ ବୁଣା ଧାନ ହେବାକୁ ଳକ୍ଷ୍ୟ ରଖାଯାଇଥିଲା। ତେବେ ବତୁରି ତଳି ପଡ଼ିବା ସମ୍ଭବ ହୋଇ ପାରିଲା ନାହିଁ। ଯାହାଫଳରେ ଚାଷୀମାନେ ବାଧ୍ୟ ହୋଇ ଆତରା ତଳା ପକା ଭରସା ରଖିଥିଲେ। ଆତରା ତଳା ନଷ୍ଟ ହେବାରୁ ଚାଷୀ ଚିନ୍ତାରେ ପଡ଼ିଛି। ତେବେ ସରକାର ଚାଷୀମାନଙ୍କୁ ମାଗଣାରେ ବିହନ ଯୋଗାଇ ଦେବାକୁ ଚାଷୀଙ୍କ ମହଲରୁ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.