Home ଓଡ଼ିଶା ଲଗାଣ ବର୍ଷାରେ ଭୁଷୁଡି ପଡିଲା ଘରର କାନ୍ଥ, ୨ଗୁରୁତର ୨ ଆହତ

ଲଗାଣ ବର୍ଷାରେ ଭୁଷୁଡି ପଡିଲା ଘରର କାନ୍ଥ, ୨ଗୁରୁତର ୨ ଆହତ

120

ଆନନ୍ଦପୁର ,ତା ୨୬ ଅକ୍ଟୋବର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଘରର କାନ୍ଥ ଭୁଷୁଡି ପଡିବାରୁ ୪ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୨ଜଣ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ୨ଜଣ ଶିଶୁ ଆହାତ ହୋଇଛନ୍ତି । ସମସ୍ତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଘସିପୁରା ଥାନା ଅନ୍ତର୍ଗତ ବସନ୍ତପୁରା ଗ୍ରାମରେ ଶୋଇଥିବା ବେଳେ ମା ମଇନା ହାଁସଦା ଓ ଦୁଇ ପୁଅଙ୍କ ଉପରେ ଘରର କାନ୍ଥ ପଡିଯାଇଥିଲା । ସେହିପରି ଆନନ୍ଦପୁର ଥାନା ପଚାଙ୍ଗ ଗାଁର ଈତିଶ୍ରୀ ନାଏକ ରୋଷେଇ କରୁଥିବା ବେଳେ,ହଠାତ୍ ଘରର କାନ୍ଥ ତାଙ୍କ ଉପରେ ପଡିଯାଇଥିଲା । ସେମାନଙ୍କୁ ଆହାତ ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.