Home ଓଡ଼ିଶା ଲଗାଣ ବର୍ଷାରେ କୋଲାବ ଜଳସ୍ତର ବୃଦ୍ଧି, ଖୋଲାହେଲା ୧ଗେଟ୍

ଲଗାଣ ବର୍ଷାରେ କୋଲାବ ଜଳସ୍ତର ବୃଦ୍ଧି, ଖୋଲାହେଲା ୧ଗେଟ୍

124

କୋରାପୁଟ ;ତା୨୬-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଥିବାବେଳେ କୋଲାବ ଜଳ ଭଣ୍ଡାର ସମେତ ଅନ୍ୟାନ୍ୟ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇଛି। ଉପର କୋଲାବ ଜଳ ବିଦ୍ୟୁତ ପ୍ରକଳ୍ପ କର୍ତୂପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନମୁଯାୟୀ, କୋଲାବ ଜଳ ଭଣ୍ଡାରର ବିପଦ ସଙ୍କେତ ୮୫୮ ମିଟର ରହିଥିବାବେଳେ ବର୍ତମାନ ଡ୍ୟାମରେ ୮୫୬.୬୪ ମିଟର ଉଚରେ ଜଳ ସ୍ତର ରହିଥିବା ବେଳେ ରବିବାର ଅପରାହ୍ନ୍ନରେ ଜଳ ଭଣ୍ଡାରର ଗୋଟିଏ ଗେଟ୍ ଖୋଲାଯାଇଛି। ଗେଟ୍ ଖୋଲାଯିବା ସମ୍ପର୍କରେ କୋରାପୁଟ ଓ ନବରଙ୍ଗପୁର ଜିଲା ପ୍ରଶାସନକୁ ସୂଚନା ଦିଆ ଯିବା ସହ ତଳିଆ ଅଂଚଳ ବାସିନ୍ଦାଙ୍କୁ ମଧ୍ୟ ସତର୍କ ସୂଚନା ଦିଆଯାଇଥିବା ଜଣାପଡିଛି। ଜିଲ୍ଲାର ୪ ଟି ବ୍ଲକର ୮ ଟି ଗାଁର ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ମାଇକ ଯୋଗେ ପ୍ରଚାର କରାଯାଇଥିଲା ବୋଲି ଜଣାପଡିଛି।ଗେଟ ଖୋଲିବା ସମୟରେ ମୁଖ୍ୟନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର କୁମାର ସାହୁ, କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର, କୋରାପୁଟ ବିଡିଓ ସୁଶାନ୍ତ କୁମାର ବାରିକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦେବବ୍ରତ କରାତି, ଜରୁରୀକାଳୀନ କାର୍ଯ୍ୟାଳୟର ପି .କେ.ସାମଲ ଓ ଏସ.କେ.ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। କୋଲାବ ସମେତ ଜିଲାର ଇନ୍ଦ୍ରାବତୀ, କରାଣ୍ଡି ନଦୀର ଜଳ ପତନ ବୃଦ୍ଧି ପାଇଛି। ଜିଲାର ବନ୍ୟା ଆଶଙ୍କା ଥିବା କୋଟପାଡ, ବୋରିଗୁମା, ଜୟପୁର ବ୍ଲକରେ ଜିଲା ପ୍ରଶାସନ ସଜାଗ ରହିଛି। ଜିଲା ଜରୁରୀ କାଳିନ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୪୮ ଘଂଟାରେ କୋରାପୁଟ ଜିଲାରେ ୭୬୬.୮୦ ମିମି ବର୍ଷା ହୋଇଛି। ପଟ୍ଟାଙ୍ଗି ବ୍ଲକରେ ସର୍ବାଧିକ ୧୬୧ ମିମି ବର୍ଷା ହୋଇଥିବାବେଲେ କୁନ୍ଦୁରାରେ ସବୁଠାରୁ କମ୍ ମାତ୍ର ୨୦ ମିମି ବର୍ଷା ହୋଇଛି। ସେହିପରି କୋରାପୁଟରେ ୪୯.୪ ମିମି ବର୍ଷା ହୋଇଥିବାବେଳେ ଲମତାପୁଟରେ ୩୪.୨, ବନ୍ଧୁଗାଁରେ ୩୭.୨, ନନ୍ଦପୁରରେ ୫୭.୨, ଦଶମନ୍ତପୁରରେ ୭୪, ନାରାୟଣପାଟଣାରେ ୨୨.୨, ଲକ୍ଷ୍ମୀପୁରରେ ୩୧.୫, ସେମିଲିଗୁଡାରେ ୧୨୩, ଜୟପୁରରେ ୨୯, କୋଟପାଡରେ ୨୦.୨, ବୋରିଗୁମାରେ ୪୩ ଓ ବୈପାରିଗୁଡା ବ୍ଲକରେ ୫୧ ମିମି ବର୍ଷା ହୋଇଥିବା ଜଣା ପଡିଛି। ସେହିପରି ମାଛକୁଣ୍ଡ ଡ୍ୟାମର ଜଳସ୍ତର ୮୯ଫୁଟ ଥିବାବେଳେ ଡାଇଭରସନ୍ ଡ୍ୟାମର ୪ଟି ଗେଟ୍ ଖୋଲା ରହିଥିବା ଜଣା ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.