Home ଜିଲ୍ଲା ପରିକ୍ରମା ଲଗାଣ ଝଡବର୍ଷାରେ ଭାଙ୍ଗିଲା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାର ତ୍ରିଶୂଳ ଦଣ୍ଡ ; ଖସିପଡିଲା ବାନା ପୁଣି...

ଲଗାଣ ଝଡବର୍ଷାରେ ଭାଙ୍ଗିଲା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାର ତ୍ରିଶୂଳ ଦଣ୍ଡ ; ଖସିପଡିଲା ବାନା ପୁଣି ବଙ୍କି ଗଲା ତ୍ରିଶୂଳ ବାମ ପାର୍ଶ୍ୱ ଅର

25

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଗତ ୩ଦିନ ହେଲା ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ଆରଡି ତଥା ଆଖପାଖ ଅଂଚଳରେ ଲାଗି ରହିଛି ଲଗାଣ ବର୍ଷା। ଲଗାଣ ଝଡବର୍ଷାରେ ଗତକାଲି ରାତିରେ ଭାଙ୍ଗି ଯାଇଛି ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାର ତ୍ରିଶୂଳ ଦଣ୍ଡ । ଫଳରେ ତ୍ରିଶୂଳ ଦଣ୍ଡରେ ଲାଗି ହୋଇଥିବା ବାନା ଖସି ପଡିଛି। ଆଜି ଭୋର ବାବାଙ୍କ ପହିଲୁ ନୀତି ସମୟରେ ଦ୍ୱାରଫିଟା ବେଳକୁ ଏପରି ଘଟଣା ଦେଖିବାକୁ ପାଇଥିଲେ ସେବାୟତମାନେ। ତୁରନ୍ତ ଏପରି ଖବର ମନ୍ଦିର ପ୍ରଶାସନକୁ ଜଣାଇଥିଲେ। ତାହାସହ ପୁଣି ଦଧି ନଉତିର ଥିବା ଅଷ୍ଟଧାତୁ ନିର୍ମିତ ତ୍ରିଶୂଳର ବାମ ପାର୍ଶ୍ୱ ଅର ବଙ୍କି ଯିବା ସହ ଢଳି ରହିଛି। ପୂର୍ବରୁ ଦୀର୍ଘ ଦେଢବର୍ଷ ତଳେ ପବନବର୍ଷାରେ ତ୍ରିଶୂଳର ମଧ୍ୟଭାଗ ଅର ଭାଙ୍ଗି ଖସି ପଡିଥିଲା। ଏପରି ଖବର ପାଇବା ପରେ ରାଜ୍‌ଯ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ମରାମତି କରାଯାଇଥିଲା। ହେଲେ ଠିକ ଭାବେ ମରାମତି ହୋଇନଥିବାରୁ ଆଜି ପୁଣି ଏପରି ଅଘଟଣ ଦେଖାଦେଇଥିବା କହିଛନ୍ତି ସେବାୟତ। ପରେ ମନ୍ଦିରରେ ଏକ ନୂଆ ବାନା ଲାଗି ହେବା ପରେ ବାବାଙ୍କ ସକାଳଧୂପ ସହ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.