Home ଓଡ଼ିଶା ଲଗାଣବର୍ଷା ଓ ସମୁଦ୍ର ଜୁଆର ମାଡରେ ସାଳନ୍ଦୀ ନଦୀକୁ ଧସିଲା ବାସଗୃହ, ଅଳ୍ପକେ ବର୍ତ୍ତିଲେ ପରିବାର...

ଲଗାଣବର୍ଷା ଓ ସମୁଦ୍ର ଜୁଆର ମାଡରେ ସାଳନ୍ଦୀ ନଦୀକୁ ଧସିଲା ବାସଗୃହ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ, କୁମ୍ଭୀର ଭୟରେ ନଦୀପଠାରେ ଗାଁ ଲୋକ ବାନ୍ଧିଲେ ଜାଲଘେରା

100

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଦୁଇଦିନ ହେବ ଲଘୁଚାପ ଜନିତ ଲଗାଣ ବର୍ଷା ଓ ସମୁଦ୍ରର ଜୁଆର ମାଡରେ ଭଦ୍ରକ ଜିଲା ଆରଡି ନିକଟସ୍ଥ ଶୀତଳପୁର ଗାଁରେ ସାଳନ୍ଦୀ ନଦୀକୂଳ ଲଂଘିବା ଫଳରେ ନଦୀପଠାକୁ ଲାଗି ଥିବା ବାବାଜୀ ପରିଡା, ପଦ୍ମଲୋଚନ ପରିଡାଙ୍କ ସହ ୫ଟି ପରିବାରଙ୍କର ବାପ ଗୋସାପ ଅମଳ ଭିଟାମାଟି ଏବେ ନଦୀରେ ଲୀନ ହେବାକୁ ବସିଛି। ଏପରିକି ଗତ ସୋମବାର ଲଗାଣ ବର୍ଷା ଓ ସମୁଦ୍ରର ଜୁଆର ମାଡରେ ବାବାଜୀ ପରିଡାଙ୍କ ୨ ବଖରା ବାସଗୃହ ସଂପୂର୍ଣ୍ଣ ଭାବେ ନଦୀକୁ ଧସି ଯିବାରୁ ଘରେ ଥିବା ସମସ୍ତ ଆସବାବ ପତ୍ର ମାଟି ତଳେ ଚାପି ହୋଇରହିଛି। ଫଳରେ ଗତକାଲି ରାତିରୁ ପରିବାର ଲୋକ ନିଜର ଭିଟାମାଟି ଛାଡି ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି। କିଛିମାସ ପୂର୍ବରୁ ନଦୀର ଜୁଆର ପାଣି ମାଡରେ ୪ଟି ପରିବାରଙ୍କର ବାସଗୃହ ଆଣ୍ଠୁଏ ଉଚ୍ଚରୁ ଦବିଯାଇଥିଲା। ଏପରି ଘଟଣାର ଖବର ପାଇ ଜିଲା ପ୍ରଶାସନ ପରିବାର ଲୋକଙ୍କୁ ଭେଟିବା ସହ ଉକ୍ତ ସ୍ଥାନ ବିପଦପୂର୍ଣ୍ଣ ଥିବାରୁ ଅନ୍ୟତ୍ର ଆଶ୍ରୟ ନେବାପାଇଁ ପରାମର୍ଶ ଦେଇଥିଲେ। ଅନ୍ୟପଟେ ନଦୀରେ ହିଂସ୍ର କୁମ୍ଭୀର ଭୟ ରହିଥିବାରୁ ନଦୀକୂଳିଆ ଭୟରେ ଜୀବନ ବିତାଉଛନ୍ତି ନଦୀକୂଳିଆ। ତା ସହ ପ୍ରତିଦିନ ନଦୀପଠା ଦେଇ ଯାତାୟତ କରୁଥିବା ସ୍କୁଲ ପିଲା ଓ ଗାଁ ଲୋକଙ୍କ ସୁରକ୍ଷା ପାଇଁ ନଦୀ କଡରେ ଜାଲ ଘେରାଇଛନ୍ତି ଗାଁ ଲୋକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.