Home ଓଡ଼ିଶା ଲକ ଡାଉନ ସମୟରେ ଦୋକାନ ଖୋଲା କୁ ନେଇ କଟକଣା ଜାରିକଲେ ଜିଲ୍ଲାପାଳ

ଲକ ଡାଉନ ସମୟରେ ଦୋକାନ ଖୋଲା କୁ ନେଇ କଟକଣା ଜାରିକଲେ ଜିଲ୍ଲାପାଳ

165

ମାଲକାନଗିରି,୨୭ । ୪(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ରୂପନେଇଥିବା ବେଳେ ଏହାର ସଂକ୍ରମଣରୁ ରକ୍ଷା ପାଇଁ ପ୍ରତିଶେଧକ ମୂଳକ ବ୍ୟବସ୍ଥା ନିମନ୍ତେ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଗ୍ରୀନ ଜୋନରେ ରହିଛି ମାଲକାନଗିରି ଜିଲ୍ଲା ,ଏହି ଜିଲ୍ଲାରେ ଜଣେ ମଧ୍ୟ କରୋନା ମହାମାରିରେ ସଂକ୍ରମଣ ହୋଇ ନଥିବାରୁ ଜିଲ୍ଲାବାସୀଙ୍କ ଆର୍ଥିକ ଉନ୍ନତି ପାଇଁ ଲକ ଡାଉନ କଟକଣାକୁ କିଛି ମାତ୍ରାରେ କହୋଳ କରିଦିଆ ଯାଇଥିବାରୁ ମନଇଛା ଭାବେ ବିବିନ୍ନ ଦୋକାନ ଓ ବ୍ୟବସାୟୀ ଅନୁଷ୍ଟାନ ଗୁଡିକ ଖୋଲିଦେଇ ଦୋକାନ ଆଗରେ ଗହଳି କରି ସାମାଜିକ ଦୂରତା ରକ୍ଷା କରୁନଥିବାରୁ ଦୋକାନ ଖୋଲା କୁ ନେଇ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ କଟକଣା କରା ଯାଇ ଏକ ନୋଟିସ ଜାରି କରାଯାଇଛି । ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଅଫିସ ଅର୍ଡର ମାଧ୍ୟମରେ ଏକ ସ୍ୱତନ୍ତ୍ର ନୋଟିସ ଜାରିକରିଛନ୍ତି । ଲୁଗାଦୋକାନ,ଗୋଦୋମ, ଜୋତା ଦୋକାନ,ଚା, କଫି ଦୋକାନ,ପୋନ ଦୋକାନ, ସେଲୁନ,ବିୟୁଟି ପାର୍ଲର,ମଦ ଦୋକାନ, ମଦବାର,ବ୍ୟାୟମଶାଳା,ପାର୍କ ଗୁଡିକ ବନ୍ଦରଖିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ସକାଳ୭ଟା ଠାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟାନ୍ତ ତେଜରାତୀ,ପନିପରିବା,ସାର, ବିହନ,କୃଷିଯନ୍ତ୍ରପତି,ସିମେଟଂ,ରଡ,ବହି ଦୋକାନ ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଗୁଡିକରେ ୫୦ପ୍ରତିଶତ କର୍ମାଚାରି ମାନଙ୍କୁ ନେଇ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷାକରି ଖୋଲିବେ । କୌଣସି ଦୋକାନ ଆଗରେ ଗହଳି ନକରି ସାମାଜିକ ଦୂରତା ରକ୍ଷା କରି କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣାବିକା ହୋଇପାରିବ , ସରକାରୀ ଲାଇସେନ୍ସ ପ୍ରାପ୍ତ ରେଷ୍ଟୁରେଟଂ ଗୁଡିକ ଦିନ୮ଟା ଠାରୁ ମଧ୍ୟାହ୍ନ ୨ଟି ଓ ସନ୍ଧ୍ୟା୫ଟା ଠାରୁ ରାତ୍ର୯ଟା ପର୍ଯ୍ୟନ୍ତ କେବଳ ହୋମ ଡେଲିଭେରି କରିପାରିବେ ବୋଲି ଜିଲ୍ଲାପାଳ ନୋଟିସ ମାଧ୍ୟମରେ ସୁଚନା ଦେଇଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.